Categories: ଫୁରସତ

ଏହି ହୋଟେଲରେ ରାତିଟିଏ ରହିଲେ ଦେବାକୁ ପଡ଼େ ୮୬ ଟଙ୍କା, ଜାଣନ୍ତୁ କ’ଣ ରହିଛି ସର୍ତ୍ତ

ଆଜିକାଲି ସମୟରେ ହୋଟେଲର ଚାକଚକ୍ୟ ଅନୁଯାୟୀ ବହୁ ଅର୍ଥ ଦେବାକୁ ପଡ଼ିଥାଏ। କିନ୍ତୁ ଆଜିର ମହଙ୍ଗା ଯୁଗରେ ଏମିତି ଏକ ହୋଟେଲ ଅଛି, ଯେଉଁଠି ୧୦୦ ଟଙ୍କାରୁ କମ୍‌ ଦେଇ ରାତ୍ରିଯାପନ କରିପାରିବେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଜାପାନର ଫୁକୁଓକୋ ସହରରେ ରହିଛି ଏହି ହୋଟେଲ। ଏଠାରେ ରହିବାକୁ ହେଲେ ଗ୍ରାହକଙ୍କୁ ମାତ୍ର ୮୬ ଟଙ୍କା ଦେବାକୁ ପଡ଼ିଥାଏ। କିନ୍ତୁ ଏମିତି ଏକ ସର୍ତ୍ତ ରହିଛି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ସର୍ତ୍ତଟି ହେଲା ରାତିରେ ଏହି ହୋଟେଲରେ ରହି ସେଠି ଯାହା କରିବେ ୟୁଟୁବ୍‌ରେ ଲାଇଭ୍‌ ଶୋ’ ଦେଖାଇବେ। ଆପଣଙ୍କ ସମସ୍ତ ଗତିବିଧି ସାରା ଦୁନିଆ ଯେମିତି ଦେଖିପାରିବ।

ହୋଟେଲର ନାଁ ହେଲା ‘ବିଜ୍‌ନେସ୍‌ ରିୟୋକନ୍‌ ଅସାହି’। ଅଫରର ଲାଭ ଉଠାଇବା ପାଇଁ ଗ୍ରାହକଙ୍କୁ ପ୍ରାଇଭେସି ଜଣାଇବାକୁ ପଡ଼ିବ ଲାଇଭ୍‌ ଶୋ’ ଜରିଆରେ। ହୋଟେଲର ପ୍ରତିଟି କୋଠରିରେ ସିସି କ୍ୟାମେରା ଲାଗିଛି। ଜଣେ ବ୍ୟକ୍ତି ହୋଟେଲର ୮ ନଂ କୋଠରି ବୁକ୍‌ କରି ଆଉ ଆସିଲେ ନାହିଁ। ଏହା ପରେ ହୋଟେଲ ପକ୍ଷରୁ ଶସ୍ତାରେ କୋଠରି ବୁକ୍‌ ପାଇଁ ଘୋଷଣା କରାଯାଇଥିଲେ ମଧ୍ୟ ସର୍ତ୍ତ କିନ୍ତୁ ଅଜବ ରହିଛି।

Share