Categories: ଖେଳ

ଏହି କ୍ରିକେଟ ଖେଳାଳି ପଡିଆକୁ ଆସିବା ପୂର୍ବରୁ ପିଉଥିଲେ ମଦ

କିଛି ଖେଳାଳି ଅଛନ୍ତି ଯେଉଁମାନେ ନିଜ ପରିଶ୍ରମରେ କ୍ରିକେଟରେ ସ୍ବତନ୍ତ୍ର ପରିଚୟ ହାସଲ କରିଛନ୍ତି। ଆଉ କିଛି ଖେଳାଳି ଅଛନ୍ତି ପ୍ରାରମ୍ଭରେ ନିଜ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ନିଜ ଖରାପ ଅଭ୍ୟାସ ଯୋଗୁ ଦର୍ଶକ ତାଙ୍କୁ ନାପସନ୍ଦ କରିଛନ୍ତି। ସେମିତି କିଛି କ୍ରିକେଟରଙ୍କ ବିଷୟରେ ଜାଣନ୍ତୁ…

ହର୍‌ଶେଲ୍‌ ଗିବ୍ସ
ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ହର୍‌ଶେଲ୍‌ ଗିବ୍ସ ଜଣେ ଉଚ୍ଚକୋଟୀର ବ୍ୟାଟ୍ସମ୍ୟାନ୍‌ ଥିଲେ। ନିଜ ଦଳକୁ ସେ ଅନେକଥର ଜିତାଇ ମଧ୍ୟ ଥିଲେ। ନିଜ ଆତ୍ମକଥା ‘ଟୁ ଦ ପଏଣ୍ଟ’ରେ ଗିବ୍ସ ସ୍ବୀକାର କରିଥିଲେ, ଖେଳିବାକୁ ଯିବା ପୂର୍ବରୁ ସେ ମଦ୍ୟପାନ କରି ଯାଉଥିଲେ।

ଜେଶି ରାଇଡର୍‌
ନ୍ୟୁଜିଲାଣ୍ଡର ପୂର୍ବତନ ଓପନର୍‌ ଜେଶି ରାଇଡର୍‌ ମ୍ୟାଚ୍‌ ଦିନ ସକାଳୁ ମଦ ପିଇଥିବାର ଥରେ ଧରାପଡିଥିଲେ। ଏହି କାରଣରୁ ତାଙ୍କୁ ଉକ୍ତ ମ୍ୟାଚ୍‌ରୁ ବାଦ୍‌ ଦିଆଯାଇଥିଲା।

ଆଣ୍ଡ୍ରୁ ସାଇମଣ୍ଡ୍ସ
ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଆଣ୍ଡ୍ରୁ ସାଇମଣ୍ଡ୍ସ ନିଜ ପ୍ରଭାବୀ ପ୍ରଦର୍ଶନ ଦ୍ୱାରା ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅନେକ ମ୍ୟାଚ୍‌ରେ ସେ ଅଷ୍ଟ୍ରେଲିଆ ଦଳକୁ ଜିତାଇଥିଲେ। ବାଂଲାଦେଶ ବିପକ୍ଷ ଏକ ମ୍ୟାଚ୍‌ରେ ସାଇମଣ୍ଡ୍ସ ପ୍ରବଳ ମଦ୍ୟପାନ କରିଥିଲେ। ଏନେଇ ସେତେବେଳେ ଅଷ୍ଟ୍ରେଲିଆର ଅଧିନାୟକ ଥିବା ରିକି ପଣ୍ଟିଂ ତାଙ୍କ ଉପରେ ରାଗିଯାଇଥିଲେ।

ଆଣ୍ଡ୍ରୁ ଫ୍ଲିଣ୍ଟଫ୍‌
ଇଂଲଣ୍ଡର ପୂର୍ବତନ ଖେଳାଳି ଆଣ୍ଡ୍ରୁ ଫ୍ଲିଣ୍ଟଫ୍‌ ୨୦୦୫ ଆଶେସ୍‌ ବିଜୟର ହିରୋ ଥିଲେ। ଏକ ଚାଟ୍‌ ସେ କହିଥିଲେ, ଦକ୍ଷିଣ ଆଫ୍ରିକା ବିପକ୍ଷ ଏକ ମ୍ୟାଚ୍‌ ଖେଳିବା ପୂର୍ବରୁ ସେ ମଦ୍ୟପାନ କରିଥିଲେ। ଉକ୍ତ ମ୍ୟାଚ୍‌ରେ ସେ ଶତକ ଅର୍ଜନ କରିଥିଲେ।

Share