ଏହି ୪ ଭୁଲ୍‌ ରକ୍ତ ଶର୍କରାକୁ ବଢ଼ାଇ ଥାଏ, ଜାଣନ୍ତୁ କିପରି କରିବେ ନିୟନ୍ତ୍ରଣ

ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏ ନେଇ ଶରୀରରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ତେବେ ଏଥିରୁ ମୁକ୍ତି ଲାଗି ସବୁଠୁ ଜରୁରୀ ଉପଯୁକ୍ତ ଖାଦ୍ୟପେୟ। ଏ ନେଇ ମଧୁମେହ ରୋଗୀଙ୍କୁ ଖାଦ୍ୟପେୟ ଜନିତ ଅନେକ କଟକଣା କରାଯାଇଥାଏ। ଖାଦ୍ୟପେୟ ବା ଡାଏଟ୍‌ରେ ଅଳ୍ପ କିଛି ଭୁଲ୍‌ ଶରୀରରେ ରକ୍ତ ଶର୍କରା ଅନିୟନ୍ତ୍ରିତ କରାଇ ବିଭିନ୍ନ ସମସ୍ୟା ସୃଷ୍ଟି କରି ଥାଏ, ଯାହା ବେଳେ ବେଳେ ବେଳେ ଗମ୍ଭୀର ରୂପ ନେଇଥାଏ।
ତେବେ ଜାଣନ୍ତୁ ଏ ସମ୍ପର୍କରେ…..

ଜଳଖିଆ:
ମଧୁମେହ ରୋଗୀ ସକାଳ ଜଳଖିଆ ଖାଇବା ଜରୁରୀ। ଏହା ଦିନ ତମାମ ଖାଦ୍ୟ ମଧ୍ୟରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଠିକ୍‌ ସମୟରେ ଖାଦ୍ୟ ଖାଇବା ଯୋଗୁ ରକ୍ତ ଶର୍କରା ନିୟନ୍ତ୍ରିତ ହୋଇଥାଏ। ଯଦି ସମୟ ଅଭାବରୁ ଜଳଖିଆ ଖାଉ ନାହାନ୍ତି ବା ଖାଇବାକୁ ଭୁଲିଯାଉଛନ୍ତି। ତେବେ ଏହି ଭୁଲ୍‌ ରକ୍ତ ଶର୍କରାକୁ ବୃଦ୍ଧି କରିଥାଏ।
ନିୟମିତ ଯାଞ୍ଚ: ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ଜରୁରୀ। ଏ ନେଇ ନିୟମିତ ଯାଞ୍ଚର ଆବଶ୍ୟକତା ରହିଛି। ଏପରି କରିବା ଫଳରେ ଯଦି ସୁଗାର ସ୍ତର ବୃଦ୍ଧି ହେଉଥାଏ ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଏହାକୁ ଅଣଦେଖା କରନ୍ତୁ ନାହିଁ।

ସୁସ୍ଥ ଖାଦ୍ୟ
ଖାଦ୍ୟରେ ସୁଗାର ମାତ୍ରା ମଧୁମେହ ରେଗୀଙ୍କୁ ବହୁ ପରିମାଣରେ ପ୍ରଭାବିତ କରିଥାଏ । ଏପରି ପରିସ୍ଥିତିରେ, ସୁଗାର ମାତ୍ରା କମ୍‌ କରିବା ଲାଗି ଖାଦ୍ୟରେ ପରିବର୍ତ୍ତନ ଆଣିବା ଉଚିତ। ଖାଦ୍ୟରେ ଏପରି କିଛି ଜିନିଷ ସାମିଲ କରନ୍ତୁ ଯାହା ମଧୁମେହକୁ ନିୟନ୍ତ୍ରଣ କରିବ। କାରଣ ବେଳେ ବେଳେ କିଛି ଭୁଲ୍‌ ଖାଦ୍ୟ ଏହାର ମାତ୍ରାକୁ ବୃଦ୍ଧି କରାଇଥାଏ।

ଯଥେଷ୍ଟ ନିଦ
ନ୍ୟାଶନାଲ ସ୍ଲିପ୍‌ ଫାଉଣ୍ଡେଶନ ଅନୁଯାୟୀ, କମ୍‌ ନିଦ ହେତୁ ରକ୍ତରେ ଶର୍କରା ସ୍ତର ମଧ୍ୟ ବୃଦ୍ଧି ପାଇପାରେ। ମାତ୍ର ଦୈନନ୍ଦିନ ଜୀବନଚର୍ଯ୍ୟାରେ ପରିବର୍ତ୍ତନ ଲାଗି ଯଥେଷ୍ଟ ସମୟ ଶୋଇପାରି ନ ଥାଉ, ଯେଉଁ ଭୁଲ୍‌ ମଧୁମେହକୁ ବୃଦ୍ଧି କରିଥାଏ।