ଏକ୍ସପ।ଏରୀ ସାଲାଇନ ଦିଆଯିବାକୁ ନେଇ ଉତ୍ତେଜନା

ସଜନା ଗଡ-୪/୪(ଡି .ଏନ୍.ଏ.)- ବାଲେଶ୍ଵର ଜିଲ୍ଲା ନୀଳଗିରି ମୁଖ୍ୟ ଚିକିତ୍ସାଳୟରେ କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ପ୍ରତିନିଧିଙ୍କୁ ଏକ୍ସପ।ଏରୀ ସାଲାଇନ ଦିଆଯିବାକୁ ନେଇ ଉତ୍ତେଜନା ଦେଖାଦେଇଛି । ତଦନ୍ତ ପାଇଁ ଘଟଣାସ୍ଥଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପହଞ୍ଚିଥିଲେ। ପରିବାର ପକ୍ଷରୁ ଚିକିତ୍ସା ଅବହେଳା ନେଇ ନୀଳଗିରି ଥାନା ରେ ଅଭିଯୋଗ କରାଯାଇଛି। ବାଲେଶ୍ଵର ଏମପି ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ବ୍ୟକ୍ତିଗତ ପ୍ରତିନିଧି ନୀଳଗିରି ଏନ୍ଏସି ଅଧୀନ ସାନଅତା ଗ୍ରାମର ଚନ୍ଦ୍ରବିନ୍ଦୁ ଦାସ ଶୁକ୍ରବାର ରାତିରେ ପେଟ ଯନ୍ତ୍ରଣା ହେବାରୁ ଶନିବାର ଚିକିତ୍ସା ପାଇଁ ତାଙ୍କୁ ନୀଳଗିରି ମେଡିକାଲକୁ ଅଣାଯାଇଥିଲା। ତାଙ୍କୁ ଜଣେ ନର୍ସ ୨୦୧୯ ଅକ୍ଟୋବର ରୁ ଏ଼଼କ୍ସପ।ଏରୀ ହୋଇଥିବା ସାଲାଇନ ଦେଇଥିଲେ। ପରିବାର ପକ୍ଷରୁ କୁହାଯିବାରୁ ସେ ବଦଳାଇ ଦେଇ ଥିଲେ। ଏନେଇ ପରିବାର ପକ୍ଷରୁ ନୀଳଗିରି ଚିକିତ୍ସାଳୟ ଅଧିକାରୀଙ୍କ ଠାରେ ଅଭିଯୋଗ କରିଥିଲେ। ଖବର ପାଇ କେନ୍ଦ୍ରମନ୍ତ୍ରୀ ଷଡଙ୍ଗୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଏଡିପିଏଚଓ ଶଶାଙ୍କ ଶେଖର ଚୌଧୁରୀ ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକାରୀ କହିଛନ୍ତି।

Share