Categories: ଜାତୀୟ

ଏୟାର ଇଣ୍ଡିଆକୁ ବିକିବା ରାଷ୍ଟ୍ରବିରୋଧୀ, କୋର୍ଟ ଯିବି: ସୁବ୍ରମଣ୍ୟମ

ନୂଆଦିଲ୍ଲୀ,୨୭।୧: : ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଭାରତର ସରକାରୀ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଇଣ୍ଡିଆକୁ ବିକିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାକୁ ବିରୋଧ କରିଛନ୍ତି ଭାଜପା ରାଜ୍ୟ ସଭା ସଦସ୍ୟ ସୁବ୍ରମଣ୍ୟମ ସ୍ବାମୀ। ସରକାର ଏୟାର ଇଣ୍ଡିଆକୁ ବିକ୍ରି କରିବା ରାଷ୍ଟ୍ରବିରୋଧୀ କାମ। ଏନେଇ କୋର୍ଟ ଯିବି ବୋଲି ସ୍ବାମୀ ଧମକ ଦେଇଛନ୍ତି। ଏହା ଆମ ପରିବାରର ରତ୍ନ, ତେଣୁ ଏହାକୁ ବିକ୍ରି କରିବାକୁ ଦିଆଯିବ ନାହିଁ ବୋଲି ସେ ମତ ଦେଇଛନ୍ତି। ସୂଚନାଯୋଗ୍ୟ, ଋଣ ବୋଝରେ ଥିବା ଏୟାର ଇଣ୍ଡିଆକୁ ବିକ୍ରି ପାଇଁ ସରକାର ସୋମବାରଠାରୁ ନିଲାମୀ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏୟାର ଇଣ୍ଡିଆର ୧୦୦ ପ୍ରତିଶତ ଅଂଶଧନ ବିକ୍ରି ପାଇଁ ନିଲାମ ଡକାଯାଇଛି।

Share