Categories: ବାଣିଜ୍ୟ

ଏୟାର ଇଣ୍ଡିଆରେ ଚାକିରି ଲାଗି ଜାଲ୍‌ ବିଜ୍ଞାପନ

ନୂଆଦିଲ୍ଲୀ,୨୯-୮: ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆରେ ଚାକିରି ଲାଗି ଏକ ଜାଲ୍‌ ବିଜ୍ଞାପନ ପ୍ରକାଶ ପାଇବା ନେଇ ହଇଚଇ ସୃଷ୍ଟି ହୋଇଛି। କମ୍ପାନୀରେ ମୋଟ ୧୨୦ ପଦ ଖାଲି ରହିଛି ଏବଂ ଆବେଦନକାରୀଙ୍କୁ ଚାକିରି ପାଇବା ଲାଗି ଆବେଦନ ପତ୍ର ସହ ୯୮୦୦ ଟଙ୍କା ଓ ଜିଏସ୍‌ଟି ଜମା କରିବାକୁ ବିଜ୍ଞାପନରେ କୁହାଯାଇଛି। ଏ ସମ୍ପର୍କରେ ପ୍ରକାଶ କରି ଏୟାର ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଜାଲ୍‌ ବିଜ୍ଞାପନ ପ୍ରକାଶ କରିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କମ୍ପାନୀ ପକ୍ଷରୁ ଏତଲା ଦାଖଲ କରାଯିବ। ସେ କହିଛନ୍ତି ଯେ, ସୋସିଆଲ ମିଡିଆରୁ ଏ ସମ୍ପର୍କରେ କମ୍ପାନୀ ଜାଣିପାରିଛି। ଜଣେ ବ୍ୟକ୍ତି ବିଜ୍ଞାପନକୁ ପୋଷ୍ଟ କରି କମ୍ପାନୀ ଦ୍ୱାରା ଏଭଳି ଭର୍ତ୍ତି କରାଯାଉଛି ବୋଲି ସୋସିଆଲ ମିଡିଆରେ ପ୍ରଶ୍ନ କରିଛନ୍ତି। ଏୟାର ଇଣ୍ଡିଆର ଜାଲ୍‌ ଠିକଣା ଦିଆଯିବା ସହ ଆବେଦକଙ୍କୁ ଫେରସ୍ତ ଯୋଗ୍ୟ ଟଙ୍କା ଜମା କରିବାକୁ ୨ ପୃଷ୍ଠାର ବିଜ୍ଞାପନରେ ଦର୍ଶାଯାଇଛି।

Share