ଏୟାର ଇଣ୍ଡିଆର ଦିଲ୍ଲୀ-ଲୁଧିଆନା ବିମାନ ଯାତ୍ରୀ କରୋନା ପଜିଟିଭ୍‌: କ୍ୱାରାଣ୍ଟାଇନ୍‌ରେ ୩୬ ଯାତ୍ରୀ-୪ କର୍ମଚାରୀ

ନୂଆଦିଲ୍ଲୀ,୨୭।୫: ଦିଲ୍ଲୀ-ଲୁଧିଆନା ଏୟାର ଇଣ୍ଡିଆ ବିମାନର ଜଣେ ଯାତ୍ରୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ରିପୋର୍ଟ ମିଳିବା ପରେ ଯାତ୍ରୀ ଜଣଙ୍କ ଯାତ୍ରା କରିଥିବା ବିମାନର ଅନ୍ୟ ୩୬ ଯାତ୍ରୀ ଏବଂ ୪ ଜଣ କର୍ମଚାରୀଙ୍କୁ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଯାତ୍ରୀ ଜଣଙ୍କ ଏଆଇ-୯-ଆଇ-୮୩୭ ବିମାନରେ ମଙ୍ଗଳବାର(ମେ ୨୬ରେ) ଯାତ୍ରା କରିଥିଲେ। ପଞ୍ଜାବ ସରକାରଙ୍କ ପକ୍ଷରୁ ସମସ୍ତ ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଛି। ଏହାପୂର୍ବରୁ ଇଣ୍ଡିଗୋ ଏୟାର ଲାଇନ୍ସ୍‌ରେ ଜଣେ ଯାତ୍ରୀଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ସେ ମେ ୨୫ରେ ଚେନ୍ନାଇଠାରୁ କୋୟମ୍ବାଟୁର ପର୍ଯ୍ୟନ୍ତ ଯାତ୍ରା କରିଥିଲେ।

Share