Categories: ବାଣିଜ୍ୟ

ଏୟାର ଇଣ୍ଡିଆର ୧୦୦% ଅଂଶଧନ ବିକିବେ ସରକାର

ନୂଆଦିଲ୍ଲୀ,୧୩-୧୨: ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆର ୧୦୦% ଅଂଶଧନ ବିକ୍ରି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନର ଅଂଶଧନ ବିକ୍ରି ନେଇ ରହିଥିବା ପ୍ରସ୍ତାବ ଅନ୍ତର୍ଗତ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଗୁରୁବାର ସୂଚନା ଦେଇଛନ୍ତି। ବର୍ତ୍ତମାନ ଏହି ବିମାନ କମ୍ପାନୀ ଉପରେ ୫୦,୦୦୦ କୋଟି ଟଙ୍କାର ଋଣ ରହିଛି। ଏହା ଲଗାତର କ୍ଷତି ସହି ଚାଲିଥିବା ବେଳେ ଏହାର ପୁନରୁଦ୍ଧାର ଲାଗି ସରକାର ପ୍ରୟାସ କରିଥିବା ସେ କହିଛନ୍ତି। ନୂଆ ସରକାର ଆସିବା ପରେ ଏୟାର ଇଣ୍ଡିଆ ସ୍ପେଶିଫିକ ଅଲଟରନେଟିଭ ମେକାନିଜିମ(ଏଆଇଏସ୍‌ଏଏମ୍‌ ) ପୁନର୍ଗଠନ ହେବା ସହ ବିମାନ କମ୍ପାନୀର ଅଂଶଧନ ବିକ୍ରି ଲାଗି କାର୍ଯ୍ୟପନ୍ଥା ହାତକୁ ନିଆଯାଉଛି ବୋଲି ପୁରୀ ସ୍ପଷ୍ଟ କରିଛନ୍ତି।

Share