ଏୟାର ଇଣ୍ଡିଆର ୫ ପାଇଲଟ କରୋନା ପଜିଟିଭ

ନୂଆଦିଲ୍ଲୀ,୧୦।୫: ଚିନ୍ତା ବଢାଇଲାଣି କରୋନା। ଦେଶରେ ଏହା ଦ୍ରୁତ ଗତିରେ ମାଡି ଚାଲିଥିବା ବେଳେ ରବିବାର ଏୟାର ଇଣ୍ଡିଆର ୫ ଜଣ ପାଇଲଟ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। କାର୍ଯ୍ୟରେ ଯୋଗ ଦେବାର ୭୨ ଘଣ୍ଟା ପୂର୍ବରୁ ଏମାନଙ୍କର ଟେଷ୍ଟ କରାଯାଇଥିବା ବେଳେ ୫ ଜଣଙ୍କ ଦେହରେ କରୋନା ଭୂତାଣୁ ଥିବା ସ୍ପଷ୍ଟ ହୋଇଥିଲା। ଏମାନଙ୍କ ପାଖରେ କୌଣସି ଲକ୍ଷଣ ନ ଥିଲା। ସମସ୍ତ ପାଇଲଟ ମୁମ୍ବାଇର। ଏମାନେ ଚାଇନାକୁ ମାଲ ପରିବହନ କରିଥିବା ଏୟାର ଇଣ୍ଡିଆ ସୂତ୍ରରୁ ଜଣାପଡିଛି।

Share