Categories: ବାଣିଜ୍ୟ

ଏୟାର ଇଣ୍ଡିଆ ବିକ୍ରି: ବିଦେଶୀ ନିୟନ୍ତ୍ରଣ ନିୟମ ସଂଶୋଧନ ଉପରେ ବିଚାର

ନୂଆଦିଲ୍ଲୀ, ୪-୧୨: ଏୟାର ଇଣ୍ଡିଆ ବିକ୍ରି ନେଇ ସରକାର ବର୍ତ୍ତମାନ ଯୋଜନା ରଖିଥିବା ବେଳେ ଏକ୍ଷେତ୍ରରେ ବିଦେଶୀ ନିୟନ୍ତ୍ରଣ ନିୟମ ସଂଶୋଧନ କରିବା ଉପରେ ବିଚାର କରାଯାଉଛି। ବର୍ତ୍ତମାନର ନିୟମ ମୁତାବକ ଉକ୍ତ ବିମାନ କମ୍ପାନୀର ପରିଚାଳନା ନିୟନ୍ତ୍ରଣ କେବଳ ଭାରତୀୟଙ୍କ ହାତରେ ରହିବା ନେଇ ବ୍ୟବସ୍ଥା ରହିଛି। ଏଭଳି ବିଭିନ୍ନ ପ୍ରସଙ୍ଗ ଯୋଗୁ ବିଶ୍ୱସ୍ତରୀୟ ଫାର୍ମଗୁଡିକ ଏୟାର ଇଣ୍ଡିଆର ନିଲାମରେ ଭାଗ ନେବାକୁ ଆଗ୍ରହ ଦେଖାଉ ନାହାନ୍ତି। ଏହାକୁ ବିକ୍ରି ଲାଗି ସରକାର ଉଦ୍ୟମ ଜାରି ରଖିଥିଲେ ମଧ୍ୟ ସଫଳ ହେଉନାହାନ୍ତି। ଏହାକୁ ଧ୍ୟାନରେ ରଖି ନିୟମରେ ପରିବର୍ତ୍ତନ ଦ୍ୱାରା ଅଧିକ ବିଶ୍ୱସ୍ତରୀୟ ଫାର୍ମଗୁଡିକୁ ବିଡିଂ ଧାରାରେ ସାମିଲ କରାଇବା ନେଇ ସରକାର ଯୋଜନା ରଖିଛନ୍ତି।

Share