ନୂଆଦିଲ୍ଲୀ,୧୮-୭: ଏୟାର ଇଣ୍ଡିଆ ପାଇଲଟଙ୍କ ପକ୍ଷରୁ ମ୍ୟାନେଜମେଣ୍ଟକୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି। କମ୍ପାନୀ ତୁରନ୍ତ ସେମାନଙ୍କ ଦରମା ବାବଦରେ ବକେୟା ପ୍ରଦାନ କରୁ ନଚେତ୍ ଚାକିରି ଛାଡ଼ିବା ଲାଗି ୬ ମାସର ନୋଟିସ ପିରିୟଡକୁ ପ୍ରତ୍ୟାହାର କରୁ ବୋଲି ପାଇଲଟ ୟୁନିୟନ ପକ୍ଷରୁ କୁହାଯାଇଛି। ସୂଚନାଥାଉ କି, ଏୟାର ଇଣ୍ଡିଆ ନିକଟରେ ଅକ୍ଟୋବର ପରେ ଦରମା ଦେବାକୁ ଅର୍ଥ ନାହିଁ। ସରକାର କମ୍ପାନୀକୁ ଆର୍ଥିକ ସହାୟତା ପ୍ରଦାନ ନ କଲେ ଏୟାର ଇଣ୍ଡିଆ ବନ୍ଦ ହୋଇଯିବାର ସମ୍ଭାବନା ରହିଛି। ଇଣ୍ଡିଆନ କମର୍ସିଆଲ ପାଇଲଟ୍ସ ଆସୋସିଏଶନ ପକ୍ଷରୁ ମ୍ୟାନେଜମେଣ୍ଟକୁ ପତ୍ର ଲେଖି ଜଣାଇଛି ଯେ, କମ୍ପାନୀର ସମସ୍ତ କର୍ମଚାରୀଙ୍କୁ ୧୦୦ ପ୍ରତିଶତ ଦରମା ମିଳିଥିବା ବେଳେ ପାଇଲଟଙ୍କୁ ୭୦% ମିଳିଛି। ଅଫିସର ମାନେ ସେମାନଙ୍କ ପୂର୍ଣ୍ଣ ଦରମା ନେଉଥିବା ବେଳେ ପାଇଲଟଙ୍କୁ କାହିଁକି ସମ୍ପୂର୍ଣ୍ଣ ଦରମା ଦିଆଯାଉନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।
Posted inବାଣିଜ୍ୟ