Categories: ଜାତୀୟ

ଏୟାର ଇଣ୍ଡିଆ ସମେତ ୨୮ କମ୍ପାନୀ ବିକିବେ ମୋଦି ସରକାର: ମିଳୁ ନାହାଁନ୍ତି ମନ ପସନ୍ଦର କ୍ରେତା

ନୂଆଦିଲ୍ଲୀ,୨୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏୟାର ଇଣ୍ଡିଆ, ପଓ୍ବନ ହଂସ ସମେତ କ୍ଷତିରେ ଚାଲୁଥିବା ୨୮ଟି ପବ୍ଲିକ୍‌ ସେକ୍ଟର କମ୍ପାନୀରେ ବିନିବେଶ ଯୋଜନା କରିଛନ୍ତି। ଏସବୁ କମ୍ପାନୀଙ୍କୁ ବିକ୍ରି କରିଦିଆଯିବ। ତେବେ ମନପସନ୍ଦର କ୍ରେତା ମିଳୁ ନ ଥିବାରୁ ସରକାରଙ୍କୁ ପ୍ରତୀକ୍ଷା କରିବାକୁ ପଡୁଛି। ଏହା ସହିତ କ୍ଷତିରେ ଚାଲୁଥିବା ୧୯ଟି କମ୍ପାନୀଙ୍କୁ ବନ୍ଦ କରିବାକୁ ମୋଦି ସରକାର ଯୋଜନା କରିଛନ୍ତି। ଏନେଇ କଂଗ୍ରେସ ସଦସ୍ୟ ଅଦୂର ପ୍ରକାଶଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଅରବିନ୍ଦ ଗଣପତ୍‌ ସାଓ୍ବନ୍ତ ଲୋକ ସଭାରେ ଏହି ସୂଚନା ଦେଇଛନ୍ତି।

Share