Categories: ଜାତୀୟ

ଏୟାର କମାଣ୍ଡର ଅଭିନନ୍ଦନଙ୍କ ସାହସିକତାକୁ ପାଠ ବହିରେ ପଢିବେ ଛାତ୍ରୀଛାତ୍ର

ଜୟପୁର, ୧୬।୫: ଭାରତୀୟ ବାୟୁସେନାର ଓିଙ୍ଗ କମାଣ୍ଡର ଅଭିନନ୍ଦନ ବଥର୍ର୍ମାନଙ୍କ ବାହାଦୂରୀକୁ ଏବେ ଛାତ୍ରୀଛାତ୍ର ପାଠ ବହିରେ ପଢିବେ ବୋଲି ରାଜସ୍ଥାନ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ବୁଧବାର ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସରଙ୍କ ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଛି। ଗୋବିନ୍ଦ ସିଂହ କହିଛନ୍ତି, ଅଭିନନ୍ଦନ ଜୋଧପୁରର ଏକ ସ୍କୁଲରେ ପିଲାବେଳେ ପାଠ ପଢିଥିଲେ। ରାଜସ୍ଥାନ ସହ ଅଭିନନ୍ଦନଙ୍କ ସମ୍ପର୍କ ତାଙ୍କ ସାହାସକୁ ପିଲାମାନେ ବହିରେ ପଢିଲେ ଅନେକ କିଛି ଶିଖିପାରିବେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଅଭିନନ୍ଦନ ବର୍ଥମାନ ଏୟାରଷ୍ଟ୍ରାଇକ୍‌ବେଳେ ଭାରତୀୟ ସୀମା ଭିତରକୁ ପଶିଆସିଥିବା ପାକିସ୍ତାନ ଯୁଦ୍ଧ ବିମାନ ଏଫ-୧୬କୁ ଧ୍ୱଂସ କରିବା ପାଇଁ ପିଓକେ ଭିତରକୁ ଭୁଲବଶତଃ ପଶିଯାଇଥିଲେ ଅଭିନନ୍ଦନ। ତାଙ୍କୁ ସେଠାରୁ ପାକ ସେନା କବଜା କରି ନେଇଥିଲା। ପାକିସ୍ତାନ କବଜାରେ ଭାରତୀୟ ପାଇଲଟ ଥିବା ନେଇ ଭିଡିଓ ଭାଇରାଲ ହେବା ପରେ ନିସର୍ତରେ ତାଙ୍କୁ ମୁକ୍ତ କରିବାକୁ ଭାରତ ସରକାର ଦାବି କରିଥିଲେ। ପ୍ରବଳ ଆନ୍ତର୍ଜାତିକ ଚାପ ଓ ଭାରତର ଯୁଦ୍ଧ ପ୍ରସ୍ତୁତି ଦେଖି ଶେଷରେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଅଭିନନ୍ଦନଙ୍କୁ ମୁକ୍ତ କରିବେ ବୋଲି ଘୋଷଣା କରିଥିଲେ।

Share