ଏୟାର ପୋର୍ଟରେ ମେକ୍‌ଅପ୍‌ ନେଲେ କରିନା: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ବେବୋ କରିନା କପୁର ଖାଁଙ୍କ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖାଯାଇଛି ସେ ଏକ ବିମାନ ବନ୍ଦରରେ ମେକ୍‌ଅପ୍‌ ନେଉଛନ୍ତି। ଯଦିଓ ଏହା ସେମାନଙ୍କ ପାଇଁ ସାଧାରଣ ଘଟଣା ତଥାପି ଏଥିରେ କିଛି ବିଶେଷତ୍ୱ ନିହାତି ରହିଛି। ତେବେ କଳାକାରମାନେ ଶୁଟିଂ ସେଟ୍‌ରେ ବା ଅନ୍ୟ କୌଣସି ସ୍ଥାନରେ ମେକ୍‌ଅପ୍‌ ନେବା ଦେଖାଯାଇଥାଏ। ଅବଶ୍ୟ ଅନେକ ସମୟରେ ସେମାନଙ୍କ ପାଇଁ ଭ୍ୟାନିଟି ଭ୍ୟାନର ବ୍ୟବସ୍ଥା ମଧ୍ୟ କରାଯାଇଥାଏ। ହେଲେ କରିନା ବିମାନ ବନ୍ଦରରେ ଯେଉଁ ମେକ୍‌ଅପ୍‌ ନେଉଛନ୍ତି ତାହା କୌଣସି ଫିଲ୍ମ ଶୁଟିଂ ପାଇଁ ନୁହେଁ ବୋଲି ଜଣାପଡିଛି। କରିନା ତାଙ୍କ ସମ୍ପର୍କୀୟ ଭାଇଙ୍କ ରୋକା ସେରିମନିରେ ଯୋଗ ଦେବାକୁ ବେଙ୍ଗାଲୁରୁ ଏୟାରପୋର୍ଟରେ ମେକ୍‌ଅପ୍‌ ନେଉଥିବା ତାଙ୍କ ମେକ୍‌ଅପ୍‌ ଆର୍ଟିଷ୍ଟ ହେଲ୍ପ କରୁଥିବା ନଜର ଆସିଛି। ସମୟ ଅଭାବରୁ ହେଉ ବା ତାଙ୍କ ସାର୍ପ ପ୍ଲାନିଂ ପାଇଁ ହେଉ ଇନଷ୍ଟାଗ୍ରାମରେ ତାଙ୍କର ଏହି ଭିଡିଓକୁ ବହୁ ଲୋକ ପସନ୍ଦ କରିଛନ୍ତି।

Share