ଏୟାର ଫୋର୍ସ ପାଇଲଟ ଭୂମିକାରେ ନଜର ଆସିବେ କଙ୍ଗନା

ମୁମ୍ବାଇ: ଏଥର ଫ୍ରାଇଡେ ରିଲିଜରେ ସାମିଲ ହୋଇଛି କଙ୍ଗନା ରାନାଓ୍ବତଙ୍କ ଫିଲ୍ମ ‘ପଙ୍ଗା’। ଏହା ବକ୍ସ ଅଫିସରେ ହିଟ୍‌ ହେବ ବୋଲି ମେକର୍ସ ଆଶା ରଖିଛନ୍ତି। ଏହାସହ କଙ୍ଗନା ତାଙ୍କ ଅପ୍‌କମିଂ ଫିଲ୍ମ ବିଷୟରେ ମଧ୍ୟ ଘୋଷଣା କରିଛନ୍ତି। ଆଗାମୀ ଫିଲ୍ମରେ ସେ ଜଣେ ଏୟାରଫୋର୍ସ ପାଇଲଟ ଭୂମିକାରେ ଦେଖାଦେବେ ବୋଲି କହିଛନ୍ତି। ଆଉ ଏହି ଫିଲ୍ମର ନାଁ ରହିବ ‘ତେଜସ’। ନିକଟରେ ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି ପିଲାଦିନରୁ ତାଙ୍କର ବାୟୁନେସା ପ୍ରତି ରହିଛି ଦୁର୍ବଳତା। ଅନେକ ସମୟରେ ସେ ଏହି ଭୂମିକାରେ ଅଭିନୟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଆଉ ଏବେ ତାଙ୍କୁ ଏମିତି ଏକ ଚରିତ୍ର ମିଳିଥିବାରୁ ସେ ଖୁବ୍‌ ଖୁସି ବୋଲି କହିଛନ୍ତି। ଫିଲ୍ମର ଶୁଟିଂ ଶୀଘ୍ର ଆରମ୍ଭ କରାଯିବ ବୋଲି କଙ୍ଗନା କହିଛନ୍ତି। ଅବଶ୍ୟ ଏଥିପାଇଁ ତାଙ୍କୁ ପ୍ରଶିକ୍ଷଣ ନେବାକୁ ପଡିବ। ଆଉ ଏଥିପାଇଁ ପ୍ରଫେଶନାଲ ଟ୍ରେନର ହାୟର କରାଯିବେ ବୋଲି ଜଣାପଡିଛି।

Share