ଏୟାର ଫ୍ରେସନରର ବହୁଳ ବ୍ୟବହାର କ୍ଷତିକାରକ

ଘର ଭିତର ଭାଗର ପରିବେଶକୁ ସୁଗନ୍ଧମୟ କରିବାକୁ ଆଜିକାଲି ବିଭିନ୍ନ ପ୍ରକାରର ଏୟାର ଫ୍ରେସନର ବଜାରରେ ଉପଲବ୍ଧ। କିନ୍ତୁ ଏହାର ବହୁଳ ବ୍ୟବହାର ବାୟୁମଣ୍ଡଳ ପ୍ରତି କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ବୋଲି ୟୁନିଭର୍ସିଟି ଅଫ ସିଡ୍‌ନୀର ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ଉକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଏୟାର ଫ୍ରେସନର ବାୟୁମଣ୍ଡଳକୁ ସୁଗନ୍ଧିତ କରିଦିଏ, ହେଲେ ଏଥିରେ ଏପରି କେତେକ ତତ୍ତ୍ୱ ରହିଛି, ଯାହା ବାୟୁମଣ୍ଡଳରେ ଥିବା କେତେକ ସୂକ୍ଷ୍ମ ତଥା ସ୍ବାସ୍ଥ୍ୟ ପାଇଁ ଉପକାରୀ କଣିକାଗୁଡିକୁ ନଷ୍ଟ କରିଦିଏ। ଏଥିରେ ଥିବା ‘ଲିମୋଲିନ୍‌’ ତତ୍ତ୍ୱ ଘର ଭିତରକୁ ଆସୁଥିବା ବାୟୁକୁ ସୁଗନ୍ଧମୟ କରେ। କିନ୍ତୁ ଏହାର ବହୁଳ ବ୍ୟବହାର ଦ୍ୱାରା ଘରର ଆଭ୍ୟନ୍ତରୀଣ ବାୟୁକୁ ଦୂଷିତ କରିଦିଏ, ଯାହା କେତେକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଏହାର ବ୍ୟବହାର ପ୍ରତି ଆମେ ସଚେତନ ରହିବା ଆବଶ୍ୟକ ବୋଲି ଏହି ଗବେଷଣାର ମୁଖ୍ୟ ଡା. ମିଶେଲ ଓ୍ବାରିଙ୍ଗ ସୂଚନା ଦେଇଛନ୍ତି।