Categories: ଫୁରସତ

ଏୟାର ବେଲୁନରେ ୩୨୮୦ ଫୁଟ ଉପରେ ନାଚିଲେ ୨୬ ବର୍ଷ ବୟସ୍କ ଯୁବକ

ପ୍ୟାରିସ୍‌, ୨୩।୨: କିଛି ନୂଆ କରି ଦେଖାଇବା ପାଇଁ କେତେକଙ୍କ ମଧ୍ୟରେ ଆଗ୍ରହ ରହିଥାଏ। ଏହାର ସଦ୍ୟତମ ଉଦାହରଣ ପାଲଟିଛନ୍ତି ଜଣେ ଯୁବକ। ଫ୍ରାନ୍ସ୍‌ର ୨୬ ବର୍ଷ ବୟସ୍କ ଯୁବକ ରେମି ଓଭରାର୍ଡ ଏକ ହଟ୍‌ ଏୟାର ବେଲୁନରେ ଠିଆ ହୋଇ ଭୂପୃଷ୍ଠଠାରୁ ୩୨୮୦ ଫୁଟ ଉପରେ ନାଚି ଏକ ରେକର୍ଡ କରିଛନ୍ତି। ପଶ୍ଚିମ ଫ୍ରାନ୍ସ୍‌ରେ ବାସ କରୁଥିବା ରେମିଙ୍କ ପିତା ଚେଟେଲେଲାର୍ଟ ଏହି ବେଲୁନକୁ ଉଡ଼ାଉଥିଲେ। ଏୟାର ବେଲୁନ ଉପରେ ଠିଆ ହୋଇ ଭାରସାମ୍ୟ ରଖିବା କଷ୍ଟ କର ହୋଇଥିଲେ ବି ରେମି ଏଭଳି କରିଛନ୍ତି। ଏହାର ୧୬ ସେକେଣ୍ଡର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଶେୟାର କରାଯାଇଛି। ବହୁ ୟୁଜର ରେମିଙ୍କର ଏଭଳି ଦୁଃସାହାସିକ କାର୍ଯ୍ୟକୁ ପ୍ରଶଂସା ମଧ୍ୟ କରିଛନ୍ତି।

Share