Categories: ଜାତୀୟ

ଏୟାର ଷ୍ଟ୍ରାଇକ୍‌ର ୭ ମାସ ପରେ ବାଲାକୋଟରେ ପୁଣି ଜୈଶ୍‌ ଆତଙ୍କବାଦୀ ସକ୍ରିୟ: ୪୦ରୁ ଅଧିକ ଜେହାଦିଙ୍କୁ ଦିଆଯାଉଛି ତାଲିମ୍‌

ନୂଆଦିଲ୍ଲୀ,୨୨।୯: ପାକିସ୍ତାନ ବାଲାକୋଟରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌ର ୭ ମାସ ପରେ ଏବେ ପୁଣି ଥରେ ଏଠାରେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସକ୍ରିୟ ହେବାରେ ଲାଗିଛନ୍ତି। ଏଠାରେ ଏବେ ୪୦ରୁ ଅଧିକ ଜେହାଦିଙ୍କୁ ତାଲିମ୍‌ ଦିଆଯାଉଛି। ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ପାଇଁ ସେମାନଙ୍କୁ ତାଲିମ୍‌ ଦିଆଯାଉଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ତାଲିମ୍‌ ଶେଷ ହେବା ପରେ ସେମାନଙ୍କୁ ପାକିସ୍ତାନ ଲଞ୍ଚ୍‌ପ୍ୟାଡ୍‌ରୁ ଭାରତରେ ଅନୁପ୍ରବେଶ ଲାଗି ଷଡ଼ଯନ୍ତ୍ର କରାଯାଇଛି।

Share