ଏ.କେ. ବୋଷ ହେଲେ ପାରାଦୀପ ବନ୍ଦର ଉପାଧ୍ୟକ୍ଷ

ପାରାଦୀପ, ୮।୨ (ସ୍ବ.ପ୍ର.): ଗତ ୪ବର୍ଷ ହେଲା ପାରାଦୀପ ବନ୍ଦର ଉପାଧ୍ୟକ୍ଷ ପଦବୀ ଖାଲି ପଡ଼ିଥିବା ବେଳେ ଶୁକ୍ରବାର ଆଶିଷ କୁମାର ବୋଷ ଉପାଧ୍ୟକ୍ଷ ଭାବେ ଯୋଗଦେଇଛନ୍ତି। ଏହା ପୂର୍ବରୁ ସେ ମୁମ୍ବାଇ ପୋର୍ଟର ଟ୍ରାଫିକ ମ୍ୟାନେଜର ଥିଲେ। ୧୯୮୬ରୁ ସେ କୋଲକାତା ବନ୍ଦରରୁ ଚାକିରି ଜୀବନ ଆରମ୍ଭ କରିଥିଲେ। ଚଳିତବର୍ଷ ପାରାଦୀପ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟଙ୍କ ବର୍ଷ ଅବଧି ଶେଷ ହେବାକୁ ଯାଉଛି। ନୂଆ ଅଧ୍ୟକ୍ଷ ଆସିବା ପୂର୍ବରୁ ଉପାଧ୍ୟକ୍ଷ ଯୋଗଦେଇଥିବା ଆଲୋଚନା ହେଉଛି।

Share