ଭୁବନେଶ୍ୱର,୯।୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ବିନା ସୁଧ ହାରରେ ଚାଷୀଙ୍କୁ ୫୦ହଜାର ଯାଏ କୃଷି ଋଣ ଯୋଗାଇ ଦିଆଯାଉଛି। ସେହିଭଳି ୫୦ହଜାରରୁ ୩ ଲକ୍ଷ ଯାଏ ଋଣ ୨% ସୁଧରେ ଦିଆଯାଉଛି। ଏପ୍ରିଲ ୨୫ରୁ ଚାଷୀମାନଙ୍କୁ ଋଣ ବଣ୍ଟନ କରାଯାଉଛି। ମେ ୩୧ ମଧ୍ୟରେ ୨୬୪୯ କୋଟି ଟଙ୍କାର ଋଣ ବଣ୍ଟନ ହୋଇଥିବା ଜଣାପଡ଼ିଛି। ଏଯାବତ୍ ସରକାର ୬ ଲକ୍ଷ ୧୯ହଜାର ଚାଷୀଙ୍କୁ ଋଣ ଯୋଗାଇ ଦେଇଛନ୍ତି। ତେବେ ଚଳିତ ବର୍ଷ ୯ହଜାର କୋଟି ଟଙ୍କା ଋଣ ବଣ୍ଟନ ଲକ୍ଷ୍ୟ ରହିଛି ବୋଲି ଗୀତଗୋବିନ୍ଦ ସଦନରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସମବାୟ ସଚିବ ଭିଭି ଯାଦବ ଏ ନେଇ ସୂଚନା ଦେଇଛନ୍ତି।