Categories: ଜାତୀୟ

ଏ ବର୍ଷ ହେବନି ୫ମ,୮ମ ଶ୍ରେଣୀ ବୋର୍ଡ ପରୀକ୍ଷା

ଚଣ୍ଡିଗଡ଼,୨୧।୨: ରାଜ୍ୟରେ ଏ ବର୍ଷ ଶିକ୍ଷାବର୍ଷରେ ପିଲାମାନେ ୫ମ ଓ ୮ମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବେ ନାହିଁ। ଏ ନେଇ ସୋମବାର ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଘୋଷଣା କରିଛନ୍ତି। ତେବେ ଆସନ୍ତା ଶିକ୍ଷାବର୍ଷରୁ ପିଲାମାନେ ବୋର୍ଡ ପରୀକ୍ଷା ଦେବେ ବୋଲି ସେ କହିଛନ୍ତି।

ସୂଚନାନୁସାରେ, ରବିବାର ଅନେକ ଅଭିଭାବକ ୫ମ ଓ ୮ମ ବୋର୍ଡ ପରୀକ୍ଷା ଆୟୋଜନ କରିବା ପାଇଁ ସରକାର କରୁଥିବା ଯୋଜନା ବିରୋଧରେ ଆନ୍ଦୋଳନ କରିଥିଲେ। କରୋନା ପାଇଁ ସ୍କୁଲ ବନ୍ଦ ଥିବା ବେଳେ ସରକାର କେମିତି ପରୀକ୍ଷା କରିବାକୁ ଯୋଜନା କରୁଛନ୍ତି ବୋଲି ସେମାନେ ପ୍ରଶ୍ନ କରିଥିଲେ। ଏହି ଆନ୍ଦୋଳନର ଦିନକ ପରେ ସରକାର ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବନାହିଁ ବୋଲି ଘୋଷଣା କହିଛନ୍ତି।

 

 

Share