ଏ ମନ ଖୋଜୁଥାଏ ଯାହା…

କଥାରେ ଅଛି ଏମନ ଖୋଜୁ ଥାଏ ଯାହା କାଳେ ପ୍ରାପତ ହୁଏ ତାହା। ଦେଖୁନାହାନ୍ତି, ଏପରି ଏକ ଦମ୍‌ଦାର ଭୂମିକା ପାଇବା ପରେ ସେ କେମିତି ଖୁସିରେ ଉଛୁଳୁଛନ୍ତି। କଥା କ’ଣ କି ପ୍ରସନ୍ନ ପୃଷ୍ଟିଙ୍କ ଆଗାମୀ ଅନଟାଇଟଲ୍‌ଡ ଫିଲ୍ମରେ ତାଙ୍କୁ ଏଭଳି ଏକ ମନଲାଖି ଭୂମିକା ମିଳିଛି। ସେ ହେଲେ ଅଂଶୁମାନ ସାମନ୍ତରାୟ। ଏ ସମ୍ପର୍କରେ ସେ କହନ୍ତି, ‘ଏହି ଫିଲ୍ମର ମୁଖ୍ୟ ଖଳନାୟକ ଭାବରେ ମୁଁ ଦେଖାଦେବି। କାହାଣୀ ଏବଂ ଭୂମିକା ବିଷୟରେ ଜାଣିବା ପରେ ନିଜକୁ ଏ ନେଇ ମାନସିକ ସ୍ତରରେ ପ୍ରସ୍ତୁତ କରିସାରିଛି। ଏ ପର୍ଯ୍ୟନ୍ତ ମୁଁ ୮ଟି ଓଡ଼ିଆ ସିନେମାରେ ଭିନ୍ନ ଭିନ୍ନ ରୋଲ୍‌ରେ ଅଭିନୟ କରିଛି। ହେଲେ ଏହି ଫିଲ୍ମର ଭୂମିକା ସମ୍ପୂର୍ଣ୍ଣ ଭିନ୍ନ। ମୋ ବାପା ଆର.କେ. ସାହୁ, ମା’ ନିରୁପମା ସାମନ୍ତରାୟ, ସ୍ତ୍ରୀ ରୋଜାଲିନା ଏବଂ ଝିଅ ସିଲ୍‌ଭି ଶ୍ୱେତାଲିନାଙ୍କ ପ୍ରେରଣା ମୋତେ ଆକ୍ଟିଂ ଲାଇନ୍‌ରେ ଆଗେଇବାରେ ବେଶ୍‌ ସହାୟକ ହୋଇଛି।’ ତେବେ ଏଥର ଅଂଶୁମାନ ବଡ଼ ପରଦାରେ କି କମାଲ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Share