Categories: ଜାତୀୟ

ଐତିହାସିକ ରାମଚନ୍ଦ୍ର ଗୁହା ଅଟକ

ବେଙ୍ଗାଲୁରୁ,୧୯।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ବୁଦ୍ଧିଜୀବିମାନେ ମଧ୍ୟ ରାସ୍ତାକୁ ଓହ୍ଲାଇଥିବା ଦେଖାଯାଇଛି। ମୋଦି ସରକାରଙ୍କୁ ଘୋର ବିରୋଧ କରୁଥିବା ଐତିହାସିକ ରାମଚନ୍ଦ୍ର ଗୁହା ସିଏଏକୁ ବିରୋଧ କରୁଥିବା ବେଳେ ଗୁହାଙ୍କ ସମେତ ଅନ୍ୟ ୩୦ ଜଣଙ୍କୁ ଗୁରୁବାର ବେଙ୍ଗାଲୁରୁ ପୋଲିସ ଅଟକ ରଖିଥିବା ଜଣାପଡିଛି। ଏମାନେ ଟାଉନ୍‌ ହଲ୍‌ ସାମ୍ନାରେ ସିଏଏକୁ ନେଇ ବିରୋଧ ପ୍ରଦର୍ଶନ କରୁଥିବା ସମୟରେ ପୋଲିସ ଏମାନଙ୍କୁ ଅଟକ ରଖିଛି। ଏହାକୁ ନେଇ ଗୁହା ଟୁଇଟର ମାଧ୍ୟମରେ ବେଙ୍ଗାଲୁରରର ନାଁ ବଦନାମ କରିଥିବା ପୋଲିସକୁ ଆକ୍ଷେପ କରି ଲେଖିଛନ୍ତି।

Share