ଐଶ୍ଚର୍ଯ୍ୟାଙ୍କୁ ଧରି କାନ୍ଦିଲେ କାଜୋଲ

ଅଭିନେତା ଅଜୟ ଦେବଗନଙ୍କ ପିତା ବୀରୁ ଦେବଗନଙ୍କ ଦେହାନ୍ତରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ସୋମବାର ବୀରୁଙ୍କ ଶେଷଦର୍ଶନ ପାଇଁ ବଲିଉଡ ଷ୍ଟାର୍ସମାନେ ଅଜୟଙ୍କ ମୁମ୍ବାଇସ୍ଥିତ ବାସଭବନରେ ଭିଡ ଜମାଇଥିଲେ। ମହାନାୟକ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଐଶ୍ଚର୍ଯ୍ୟା ରାୟ, ସଲମାନ ଖାନ୍‌, ଅମିର ଖାନ୍‌ ପ୍ରମୁଖ ବୀରୁ ଦେବଗନଙ୍କ ଶେଷଦର୍ଶନ କରିଥିଲେ। ବୀରୁଙ୍କ ବୋହୂ ତଥା ଅଭିନେତ୍ରୀ ଶ୍ୱଶୂ୍‌ରଙ୍କ ଦେହାନ୍ତ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିବାର ଦେଖାଯାଇଥିଲା। ଐଶ୍ଚର୍ଯ୍ୟାଙ୍କୁ ଧରି ସେ କାନ୍ଦୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୂଚନାଯୋଗ୍ୟ, ବୀରୁ ଦେବଗନ ବଲିଉଡରେ ଜଣେ ଆକ୍ସନ କୋରିଓଗ୍ରାଫର ଏବଂ ନିର୍ଦ୍ଦେଶକ ଭାବେ ଖ୍ୟାତ ଥିଲେ।

Share