Categories: ଜାତୀୟ

ଐଶ୍ଚର୍ଯ୍ୟାଙ୍କୁ ପ୍ରତି ମାସରେ ୨୨ ହଜାର ଟଙ୍କା ଦେବେ ତେଜପ୍ରତାପ

ପାଟନା,୨୫।୧୨: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜପ୍ରତାପ ଏବଂ ବୋହୂ ଐଶ୍ଚର୍ଯ୍ୟା ରାୟଙ୍କ ମଧ୍ୟରେ ଛାଡପତ୍ର ପ୍ରକ୍ରିୟାର ଶୁଣାଣି ଫ୍ୟାମିଲି କୋର୍ଟରେ ଆରମ୍ଭ ହୋଇଛି। ଭରଣପୋଷଣ ବାବଦରେ ତେଜପ୍ରତାପ ଐଶ୍ଚର୍ଯ୍ୟାଙ୍କୁ ପ୍ରତିମାସରେ ୨୨ ହଜାର ଟଙ୍କା ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଛାଡପତ୍ର ମାମଲା ଲଢିବା ପାଇଁ ଅତିରିକ୍ତ ଦୁଇ ଲକ୍ଷ ଟଙ୍କା ମଧ୍ୟ ସେ ଐଶ୍ଚର୍ଯ୍ୟାଙ୍କୁ ଦେବେ ବୋଲି କୋର୍ଟ ଆଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ବିବାହର ୬ ମାସ ନପୂରୁଣୁ ଐଶ୍ଚର୍ଯ୍ୟାଙ୍କୁ ଛାଡ଼ପତ୍ର ଦେବାପାଇଁ ତେଜପ୍ରତାପ ପାଟନା ପାରିବାରିକ ଅଦାଲତରେ ଆବେଦନ କରିଥିଲେ। ଛାଡ଼ପତ୍ର ଦେବା ପଛର ମୁଖ୍ୟ କାରଣ ପ୍ରତାରଣା ବୋଲି ତେଜପ୍ରତାପ ଅଦାଲତରେ ଦାଖଲ କରିଥିବା ଆବେଦନରେ ଦର୍ଶାଇଥିଲେ।

Share