ଐଶ୍ଚର୍ଯ୍ୟା କ‘ଣ ପୁଣି ଗର୍ଭବତୀ !

ମୁମ୍ବାଇ: ନିକଟରେ ଅଭିଷେକ ବଚ୍ଚନ ନିଜ ଟୁଇଟର ହ୍ୟାଣ୍ଡେଲରେ ପ୍ରଶଂସକଙ୍କୁ ଏକ ସରପ୍ରାଇଜ୍‌ ଦେବାକୁ କହିଥିଲେ। ସେନେଇ ପ୍ରଶଂସକଙ୍କ ମଧ୍ୟରେ ନାନା କଳ୍ପନାଜଳ୍ପନା ଜାରି ରହିଥିଲା। କେତେକ ଘରକୁ ନୂଆ ଅତିଥି ଆସୁଥିବା ପ୍ରଶ୍ନ କରିଥିଲେ। ଐଶ୍ଚର୍ଯ୍ୟା ରାୟ ବଚ୍ଚନ କ‘ଣ ପୁଣି ଗର୍ଭବତୀ ହୋଇଥିବା ମଧ୍ୟ କିଛି ପ୍ରଶ୍ନ କରିଥିଲେ। ତେବେ ଅଭିଷେକ ସରପ୍ରାଇଜ୍‌ର ରାଜ୍‌ ଖୋଲି ନ ଥିଲେ। ନୀରବ ରହିଥିଲେ। କେବଳ ଥମସ୍‌ ଅପ୍‌ ଚିହ୍ନ ଦେଇଥିଲେ। ସୂଚନାଯୋଗ୍ୟ, ଅଭିଷେକ ଜାନୁୟାରୀ ୨୧ରେ ଏଭଳି ଟୁଇଟ୍‌ କରିଥିଲେ। ଏହି ଟୁଇଟ୍‌ ପରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଅପ କମିଙ୍ଗ୍‌ ଫିଲ୍ମ ଝୁଣ୍ଡ୍‌ର ପୋଷ୍ଟର ଏବଂ ଟିଜର ରିଲିଜ୍‌ ହୋଇଥିଲା। ଏହାପରେ ଅଭିଷେକଙ୍କ ନୂଆ ଫିଲ୍ମ ବବ୍‌ ବିଶ୍ୱାସ ସମ୍ପର୍କରେ ମଧ୍ୟ ଖବର ଆସିଥିଲା। ଏଥିରୁ ଅଭିଷେକ ଦେବାକୁ ଚାହୁଁଥିବା ସରପ୍ରାଇଜ୍‌ ଉପରୁ ପରଦା ହଟିଥିଲା। ପ୍ରଶଂସକ ଜାଣିପାରିଥିଲେ ଅଭିଷେକ କ‘ଣ କହିବାକୁ ଚାହୁଁଥିଲେ।

Share