ଓଏଏସ୍‌ ପରୀକ୍ଷା ଫଳ ପ୍ରକାଶିତ :ଦେବାଶିଷ ପଣ୍ଡା ଟପ୍ପର

କଟକ ଅଫିସ, ୭ା୧- ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ର ଚୂଡ଼ାନ୍ତ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ମୋଟ୍‌ ୨୧୮ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଗତ ଡିସେମ୍ବର ୧୭ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନ୍ତିମ ପର୍ଯ୍ୟାୟ ତଥା ବ୍ୟକ୍ତିତ୍ୱ ପରୀକ୍ଷା କରାଯାଇଥିଲା। ସର୍ବାଧିକ ନମ୍ବର ହାସଲ କରି ଦେବାଶିଷ ପଣ୍ଡା ଚଳିତବର୍ଷ ଓଏଏସ୍‌ ଟପ୍ପର ହୋଇଥିବାବେଳେ ଋତୁପର୍ଣ୍ଣା ମହାପାତ୍ର ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ଆକାଶ କୁମାର ପଣ୍ଡା, ସନ୍ତୋସିନୀ ଦାସ, ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ଶକ୍ତିଶ୍ରୀ ଅନିଲ ରଞ୍ଜନ ସାହୁ, ଶତାବ୍ଦୀ ରାୟ, ଦମୟନ୍ତୀ ସାହୁ, ଶକ୍ତି ମହାପାତ୍ର ଓ ସ୍ମରଣିକା ଟୁଲୋ ଯଥାକ୍ରମେ ୩ୟରୁ ୧୦ମ ସ୍ଥାନରେ ରହିଛନ୍ତି।
ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ସରକାରୀ ସୁବିଧା ତ୍ରୁଣମୁଳ ସ୍ତରରେ ପହଞ୍ଚାଇବା ସହ ସେବାକୁ ଧର୍ମ କରି ରାଜ୍ୟ ତଥା ଓ ଲୋକଙ୍କ ଉନ୍ନତି କରିବା ସମସ୍ତ ଲକ୍ଷ୍ୟ ହେଉ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍‌ ଯୋଗେ ଜଣାଇଛନ୍ତି।