ଓଏଚ୍‌ଆର୍‌ସି ଅଧ୍ୟକ୍ଷ ପଦବୀ ମାମଲା: ହାଇକୋର୍ଟ ଦେଲେ ଡେଡ୍‌ ଲାଇନ

କଟକ ଅଫିସ,୨୩।୭: ଓଡ଼ିଶା ମାନବାଧିକାର କମିଶନ(ଓଏଚ୍‌ଆରସି) ପଦବୀକୁ ନେଇ ବିବାଦ ବଢିବାରେ ଲାଗିଛି। ଏ ସଂକ୍ରାନ୍ତରେ ହାଇକୋର୍ଟ ଡେଡ୍‌ଲାଇନ ଧାର୍ଯ୍ୟ କରିଛନ୍ତି। ଅଗଷ୍ଟ ୫ ସୁଦ୍ଧା ଉକ୍ତ ପଦବୀ ପୂରଣ ନିମନ୍ତେ ରାଜ୍ୟ ସରକାର ନେବାକୁ ରାୟରେ କୁହାଯାଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌. ଝାବେରୀ ଓ ବିଚାରପତି ଜଷ୍ଟିସ୍‌ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି। ଓଏଚ୍‌ଆରସିରେ ଦୀର୍ଘଦିନ ଧରି ସ୍ଥାୟୀ ଭାବେ ଅଧ୍ୟକ୍ଷ ପଦବୀରେ କାହାରିକୁ ନିଯୁକ୍ତି ମିଳିଲା ନାହିଁ। ହେଲେ ଜଷ୍ଟିସ ବୀର କିଶୋର ମିଶ୍ର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ କିଛିଦିନ କାର୍ଯ୍ୟ ତୁଲାଇଲେ। କିନ୍ତୁ ତାଙ୍କର ଅବସର ପରେ ସେହି ସ୍ଥାନରେ କାହାରିକୁ ନିଯୁକ୍ତି ଦିଆଗଲାନାହିଁ। ଫଳରେ ଅନେକ ମାନବାଧିକାର ଉଲ୍ଲଂଘନ ସଂକ୍ରାନ୍ତ ମାମଲା ବଢିଚାଲିଲା। ତେଣୁ ଏହି ପଦବୀ ପୂରଣ ପାଇଁ ଆବେଦନକାରୀ ଦ୍ୱୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।

Share