Categories: ବାଣିଜ୍ୟ

ଓଏନ୍‌ଜିସି ସବୁଠୁ ଲାଭ ହାସଲକାରୀ ରାଷ୍ଟ୍ରାୟତ୍ତ କମ୍ପାନୀ

ନୂଆଦିଲ୍ଲୀ,୩-୬: ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ(ଆଇଓସିଏଲ୍‌)କୁ ପଛରେ ପକାଇ ଅଏଲ ଆଣ୍ଡ ନାଚୁରାଲ ଗ୍ୟାସ୍‌ କର୍ପୋରେଶନ(ଓଏନ୍‌ଜିସି) ଲାଭ ହାସଲ କରିବାରେ ସର୍ବବୃହତ ରାଷ୍ଟ୍ରାୟତ୍ତ କମ୍ପାନୀ ହୋଇଛି। ଷ୍ଟକ୍‌ ମାର୍କେଟରେ ତାଲିକାଭୁକ୍ତ କମ୍ପାନୀଙ୍କ ଫଳାଫଳ ଅନୁଯାୟୀ, ଆର୍ଥିକ ବର୍ଷ ୨୦୧୮-୧୯ରେ ଓଏନ୍‌ଜିସିର ନିଟ୍‌ ଲାଭ ୩୪% ବୃଦ୍ଧି ପାଇ ୨୬,୭୧୬ କୋଟି ଟଙ୍କାରେ ପହଞ୍ଚତ୍ଛି। ଏହି ଅବଧିରେ ଆଇଓସିଏଲ୍‌ର ନିଟ୍‌ ଲାଭ ୧୭,୨୭୪ କୋଟି ଟଙ୍କା ହୋଇଛି। ଏଥିପୂର୍ବରୁ କ୍ରମାଗତ ୨ ଆର୍ଥିକ ବର୍ଷରେ ଓଏନ୍‌ଜିସିଠାରୁ ଆଇଓସିଏଲ୍‌ ଅଧିକ ଲାଭ ହାସଲ କରୁଥିଲା। ତେଲ ଦର ହ୍ରାସ ପାଇବା କାରଣରୁ ଆଇଓସିଏଲ୍‌ର ଲାଭ ପରିମାଣ ହ୍ରାସ ପାଇଛି। ଏହି କାରଣରୁ ଏହା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ନିକଟରେ ସର୍ବବୃହତ କାରବାର କରୁଥିବା କମ୍ପାନୀ ମାନ୍ୟତା ହରାଇଛି। ଆର୍ଥିକ ବର୍ଷ ୨୦୧୭-୧୮ରେ ଇଣ୍ଡିଆନ ଅଏଲର ନିଟ୍‌ ଲାଭ ୨୧,୩୪୬ କୋଟି ଟଙ୍କା ଥିଲା। ଏହି ସମୟରେ ଓଏନ୍‌ଜିସିର ଲାଭ ୧୯,୯୪୫ କୋଟି ଟଙ୍କା ଥିଲା। ଅନ୍ୟପକ୍ଷରେ ଲାଭ ହାସଲ କରିବାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ କ୍ରମାଗତ ଚତୁର୍ଥ ବର୍ଷ ଶୀର୍ଷ କର୍ପୋରେଟ ହୋଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ଏହା ୩୯,୫୮୮ କୋଟି ଟଙ୍କାର ନିଟ୍‌ ଲାଭ ହାସଲ କରିପାରିଛି।

Share