Categories: ବାଣିଜ୍ୟ

ଓଏନ୍‌ଜିସି ସର୍ବାଧିକ ଲାଭ ଅର୍ଜନକାରୀ ରାଷ୍ଟ୍ରାୟତ୍ତ କମ୍ପାନୀ

ନୂଆଦିଲ୍ଲୀ,୧୧-୨: ଓଏନ୍‌ଜିସି, ଇଣ୍ଡିଆନ ଅଏଲ୍‌ କର୍ପୋରେଶନ ଏବଂ ଏନ୍‌ଟିପିସି ୨୦୧୮-୧୯ର ସବୁଠାରୁ ଅଧିକ ଲାଭ ଅର୍ଜନକାରୀ ରାଷ୍ଟ୍ରାୟତ୍ତ କମ୍ପାନୀ ହୋଇପାରିଛନ୍ତି। ଏହାବାଦ ବିଏସ୍‌ଏନ୍‌ଏଲ୍‌, ଏୟାର ଇଣ୍ଡିଆ, ଏମ୍‌ଟିଏନ୍‌ଏଲ୍‌ ସର୍ବାଧିକ କ୍ଷତି ସହିଥିବା ରାଷ୍ଟ୍ରାୟତ୍ତ କମ୍ପାନୀ ତାଲିକାରେ ଅଛନ୍ତି। ଏହି କମ୍ପାନୀଗୁଡିକ ଲଗାତର ଭାବେ ତୃତୀୟ ବର୍ଷ ଲାଗି କ୍ଷତି ସହିଥିବା ସରକାର ସଂସଦରେ ଉପସ୍ଥାପନ କରିଥିବା ସର୍ଭେ ରିପୋର୍ଟରେ କୁହାଯାଇଛି। ଏହି ସମୟରେ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡିକର ଆୟ ୨୦.୧୨% ବୃଦ୍ଧି ଘଟି ୨୪,୪୦,୭୪୮ କୋଟି ରହିଛି। ଏହା ୨୦୧୭-୧୮ରେ ୨୦,୩୨,୦୦୧ କୋଟି ଟଙ୍କା ରହିଛି।

Share