Advertisement

ଓଏନ୍‌ଜିସି ସହାୟତାକୁ ଧର୍ମେନ୍ଦ୍ରଙ୍କ ପ୍ରଶଂସା

ଭୁବନେଶ୍ୱର,୨୨।୫(ବ୍ୟୁରୋ): ସାମୁଦ୍ରିକ ଝଡ଼ ‘ଫନୀ’ ପ୍ରଭାବରେ ପୁରୀ ଜଗନ୍ନାଥ ମନ୍ଦିର ଓ ସୂର୍ଯ୍ୟ ମନ୍ଦିରର ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାର ମରାମତି କାର୍ଯ୍ୟ ତଥା ପୁନରୁଦ୍ଧାର ପାଇଁ ଓଏନ୍‌ଜିସି ଗତ ମଙ୍ଗଳବାର ଭାରତୀୟ ପ୍ରତ୍ନତତ୍ତ୍ୱ ସଂସ୍ଥା (ଏଏସଆଇ)କୁ ଆର୍ଥିକ ସହାୟତା ସ୍ବରୂପ ୫କୋଟି ଟଙ୍କା ଦାନ କରିଥିଲା। ଏଥିଲାଗି ବୁଧବାର ଓଏନଜିସି ସଂସ୍ଥାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ସେହିପରି କୋଣାର୍କ କେବଳ କଳାକୃତି ନୁହେଁ ଏହା ଓଡ଼ିଆ ଆତ୍ମପରିଚୟ । ଓଡ଼ିଆ ଜାତି ଏକ ବୈଜ୍ଞାନିକ ପୃଷ୍ଠଭୂମିର ଆଧାରରେ ବିଶ୍ୱର ଆଶ୍ଚର୍ଯ୍ୟ କୋଣାର୍କକୁ ନିର୍ମାଣ କରିଥିଲା। ଗତ ୩ ତାରିଖରେ ‘ଫନୀ’ ପ୍ରଭାବରେ ଶ୍ରୀମନ୍ଦିର ଓ ସୂର୍ଯ୍ୟ ମନ୍ଦିରରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏହାର ମରାମତି ଓ ସଂରକ୍ଷଣ ଦାୟିତ୍ୱ ଏଏସ୍‌ଆଇ ତୁଲାଉଥିବା ବେଳେ ଓଏନଜିସିର ଏହି ଆର୍ଥିକ ସହାୟତା ପ୍ରଶଂସନୀୟ ବୋଲି ଧର୍ମେନ୍ଦ୍ର କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel