ଓଏଫ୍‌ଏସ୍‌ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର, ଡିଏଫ୍‌ଓ ଥିବା ବେଳେ ପଡ଼ିଥିଲେ ଭିଜିଲାନ୍ସ ଜାଲରେ

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ପୁଣି ଜଣେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଗୁରୁବାର ବାଧ୍ୟତାମୂଳକ ଅବସର ଦିଆଯାଇଛି। ସେ ହେଲେ ଓଏଫ୍‌ଏସ୍‌ ଅଫିସର ତଥା ପୂର୍ବତନ ଡିଏଫ୍‌ଓ ସୁଧାଂଶୁ ଶେଖର ମିଶ୍ର। ୨୦୧୬ରେ ଆଠଗଡ଼ ଡିଏଫ୍‌ଓ ଥିବା ବେଳେ ସୁଧାଂଶୁ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନରେ ଭିଜିଲାନ୍ସ ରେଡ୍‌ କରିଥିଲା। ଏହି ସମୟରେ ତାଙ୍କ ଘରୁ ୧ କୋଟିରୁ ଅଧିକ ନଗଦ ଟଙ୍କା ଏବଂ ବ୍ୟାଙ୍କରେ ୩. ୪୬ କୋଟି ସହ ମୋଟ ୫.୫ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା। ଏହାପରେ ତାଙ୍କୁ ଗିରଫ କରାଯିବା ସହ ଚାକିରିରୁ ନିଲମ୍ବିତ କରାଯାଇଥିଲା।

Share