ଓଏସ୍‌ଆର୍‌ଟିସି କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହାର

କଟକ ଅଫିସ,୧୧।୭: ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି)ର କାର୍ଯ୍ୟରତ କର୍ମଚାରୀମାନେ ଗତ ଏପ୍ରିଲରୁ ଦରମା ପାଇନାହାନ୍ତି। ଏହା ବିରୋଧରେ ମଙ୍ଗଳବାରଠାରୁ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିଲେ। ସରକାର ସମସ୍ତ ବକେୟା ଟଙ୍କା ଦେବାକୁ ରାଜି ହେବା ପରେ ଆନ୍ଦୋଳନକୁ ବୁଧବାର ସନ୍ଧ୍ୟାରେ ପ୍ରତ୍ୟାହାର କରାଯାଇଛି। ଏହି ଆନ୍ଦୋଳନ ଯୋଗୁ ୪୦ରୁ ଊର୍ଦ୍ଧ୍ୱ ବସ୍‌ ଚଳାଚଳ ବନ୍ଦ ରହିଥିଲା। ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସୂଚନାଥାଉ କି, କିଛିଦିନ ପୂର୍ବରୁ ଦରମା ନ ପାଇବା କାରଣରୁ ଗଞ୍ଜାମ ଜିଲାରେ ସମାନ ପରିସ୍ଥିତି ଉପୁଜିଥିଲା। ଏହାପରେ କଟକ ଜୋନ୍‌ରେ ଏଭଳି ପରିସ୍ଥିତି ପରିବହନ ନିଗମର ପରିଚାଳନା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି।

Share