ଓଏସ୍‌ଆର୍‌ଟିସି ବସ୍‌ ସ୍ଥାନାନ୍ତର ଯୋଜନା ପ୍ରତିବାଦରେ ଭଞ୍ଜନଗର ବନ୍ଦ

ଭଞ୍ଜନଗର,୨୧।୫(ଡି.ଏନ୍‌.ଏ.): କ୍ଷତିରେ ଚାଲୁଥିବା ଭଞ୍ଜନଗର ଓଏସ୍‌ଆର୍‌ଟିସିି ଜୋନ୍‌ରୁ ଅନ୍ୟ ଜୋନ୍‌କୁ ବସ୍‌ ସ୍ଥାନାନ୍ତର ଯୋଜନା ପ୍ରତିବାଦରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ବନ୍ଦ ଡାକରା ଦିଆଯାଇଛି। ସକାଳୁ କ୍ରିୟାନୁଷ୍ଠାନ କର୍ମକର୍ତ୍ତା ସହରରେ ଦୋକାନ ବଜାର ବନ୍ଦ କରିବା ପାଇଁ ନିବେଦନ କରିଥିଲେ। ପରେ ଦୋକାନ ବଜାର ବନ୍ଦ କରାଯିବା ସହିତ ଯାନବାହନ ଚଳାଚଳ ଠପ୍‌ ହୋଇଛି। ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

Share