ଭୁବନେଶ୍ୱର,୧୩।୧୨(ବ୍ୟୁରୋ):ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ(ଓଏସ୍ଏସ୍ସି) ଦ୍ୱାରା ହେବାକୁ ଥିବା ପରୀକ୍ଷା ଏବଂ ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ କରାଯାଇଛି। ଡିସେମ୍ବର ୧୮ରେ ହେବାକୁ ଥିବା ଡାଟା ଏଣ୍ଟ୍ରି ଅପରେଟର(ଏଚ୍ଓଡି)-୨୦୧୫ର ସାର୍ଟିଫିକେଶନ୍ ଭେରିଫିକେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ସେହିଭଳି ଡିସେମ୍ବର ୨୨ରେ ଲାଇବ୍ରେରିଆନ୍/ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍ ପଦ ପାଇଁ ହେବାକୁ ଥିବା ଲିଖିତ ପରୀକ୍ଷାକୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଓଏସ୍ଏସ୍ସି ପକ୍ଷରୁ ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ କାରଣ ଦିଆଯାଇ ନ ଥିବାବେଳେ ଖୁବ୍ଶୀଘ୍ର ପରୀକ୍ଷା ସମ୍ପର୍କିତ ତାରିଖ ଏବଂ ସମୟ ପ୍ରକାଶ କରାଯିବ ବୋଲି କୁହାଯାଇଛି। ଏଥିପାଇଁ ପ୍ରାର୍ଥୀମାନଙ୍କୁ www.ossc.gov.in ଓ୍ବେବ୍ସାଇଟ ଉପରେ ନଜର ରଖିବାକୁ କୁହାଯାଇଛି।