Categories: ଜାତୀୟ

ଓଓ୍ବାଇସି ବୁଝାଇଲେ ଫରକ୍‌ କ’ଣ

ହାଇଦ୍ରାବାଦ,୨୫ା୧୨: ସିଏଏକୁ ଆରମ୍ଭରୁ ବିରୋଧ କରୁଥିବା ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ୍‌ ଓଓ୍ବାଇସି ମଙ୍ଗଳବାର ଏନ୍‌ପିଆର୍‌ ସମ୍ପର୍କରେ ୫ଟି ଟୁଇଟ୍‌ କରିଛନ୍ତି। ଏଥିରେ ସେ ଏନ୍‌ଆର୍‌ସି ଏବଂ ଏନ୍‌ପିଆର ମଧ୍ୟରେ କ’ଣ ପ୍ରଭେଦ ରହିଛି ତାହା ବୁଝାଇଛନ୍ତି। ସେ ଲେଖିଛନ୍ତି, ଏନ୍‌ପିଆର୍‌ ହେଉଛି ଦେଶବ୍ୟାପୀ ନାଗରିକମାନଙ୍କ ଜାତୀୟ ପଞ୍ଜିକା, ଯାହାକି ଦେଶରେ ଏନ୍‌ଆର୍‌ସି ଲାଗୁ କରିବାର ଅନ୍ୟ ନାମ। ଏନ୍‌ପିଆର୍‌ ଏବଂ ଏନ୍‌ଆର୍‌ସି ମଧ୍ୟରେ ଥିବା ସମ୍ପର୍କକୁ ବୁଝିବାକୁ ପଡ଼ିବ। ଏନ୍‌ପିଆର୍‌ ଦେଶରେ ରହୁଥିବା ସମସ୍ତ ସାଧାରଣ ବାସିନ୍ଦାଙ୍କର ସଂଗୃହୀତ ତଥ୍ୟ। ୨୦୦୩ର ନାଗରିକତ୍ୱ ନିୟମ ଅନୁସାରେ ନାଗରିକମାନଙ୍କୁ ଅଣନାଗରିକଙ୍କଠାରୁ ଅଲଗା କରିବା ପରେ ଏନ୍‌ଆର୍‌ସି କରାଯିବ।

Share