Categories: ଜାତୀୟ

ଓଓ୍ବେସିଙ୍କ ଦଳକୁ ଭାଜପାର ବି ଟିମ୍‌ କହିଲେ ମମତା

କୋଲକାତା,୧୯।୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅସଦୁଦ୍ଦିନ୍‌ ଓଓ୍ବେସିଙ୍କ ରାଜନୈତିକ ଦଳ ଅଲ୍‌ ଇଣ୍ଡିଆ ମଜଲିସ୍‌-ଇ-ଇତେହାଦୁଲ୍‌ ମୁସ୍ଲିମିନ୍‌କୁ ଭାଜପାର ବି ଟିମ୍‌ ବୋଲି କହିଛନ୍ତି। ସେ ଓଓ୍ବେସିଙ୍କ ନାମ ନନେଇ କହିଛନ୍ତି ଯେ, କିଛି ଅଳ୍ପସଂଖ୍ୟକ କଟ୍ଟର ପନ୍ଥୀନେତା ଯେଉଁମାନେ ହାଇଦ୍ରାବାଦ୍‌ରେ ରହି ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି। ସେମାନଙ୍କ ପ୍ରତି ଦୃଷ୍ଟି ନ ଦେବାକୁ ମମତା ଦଳୀୟ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି। ଓଓ୍ବେସି ପଶ୍ଚିମବଙ୍ଗରେ ତାଙ୍କ ଦଳ ବିଧାନସଭା ନିର୍ବାଚନ ଲଢ଼ିବା ଘୋଷଣା କରିବା ପରେ ମମତା ଏଭଳି ମନ୍ତବ୍ୟ ଦେଇଥିବା କୁହାଯାଉଛି।

Share