ଓକିଲଙ୍କ ଆନ୍ଦୋଳନ ସ୍ଥଗିତ: ମଙ୍ଗଳବାର ଖୋଲିବ ସରକାରୀ କାର୍ଯ୍ୟାଳୟ

ବରଗଡ଼ ଅଫିସ,୧୪।୧୦: ପଶ୍ଚିମ ଓଡ଼ିଶାର ଯେକୌଣସି ସ୍ଥାନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବରଗଡ଼ ଜିଲା ଓକିଲ ସଂଘ ଚଳାଇଥିବା ଅର୍ଥନୈତିକ ଅବରୋଧ ଏବଂ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସାମୟିକଭାବେ ସ୍ଥଗିତ ରଖାଯାଇଛି। ସୋମବାର ଏ ନେଇ ସଂଘ କାର୍ଯ୍ୟାଳୟରେ ସଭାପତି ବେଲାଳସେନ ସରାଫଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି କ୍ରମେ ମଙ୍ଗଳବାରଠାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ। ସେହିପରି ବୁଧବାରର଼ୁ ସମସ୍ତ ଅଦାଲତ କାର୍ଯ୍ୟ ସ୍ବାଭାବିକ ହେବା ସହିତ ଓକିଲମାନେ କାର୍ଯ୍ୟରେ ଯୋଗଦେବେ। ବୈଠକରେ ସଂଘର ଉପ ସଭାପତି ସରୋଜ କୁମାର ତ୍ରିପାଠୀ, ସାଧାରଣ ସମ୍ପାଦକ ହେମନ୍ତ କୁମାର ପୁରୋହିତ, ଯୁଗ୍ମ ସମ୍ପାଦକ ଲଲାଟେନ୍ଦୁ ବେହେରା ପ୍ରମୁଖ ମଞ୍ଚାସୀନ ଥିବାବେଳେ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ।

Share