ଓକିଲଙ୍କ ଚ୍ୟାମ୍ବରକୁ ସିଲ୍‌ କଲେ ସୁପ୍ରିମକୋର୍ଟ: ଭିଡିଓ କନଫରେନ୍ସିଂ ଜରିଆରେ ହେବ ଶୁଣାଣି

ନୂଆଦିଲ୍ଲୀ ୨୩।୩: ଦେଶରେ କରୋନା ଭାଇରସ୍‌ର ପ୍ରକୋପକୁ ଦେଖି ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି। ସୋମବାର ଓକିଲଙ୍କ ଚ୍ୟାମ୍ବରକୁ ସିଲ୍‌ କରାଯିବାକୁ ନିର୍ଦ୍ଦେଶ ଦେବା ସହ ଏବେଠାରୁ ଘରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଶୁଣାଣି କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଇତିମଧ୍ୟରେ ଭାରତର ମୁଖ୍ୟ ବିଚାରପତିଙ୍କ ରୁମ୍‌ରେ ଶୁଣାଣି ପାଇଁ ଏକ ଭିଡିଓ ସ୍କ୍ରିନ୍‌ ଲଗାଯାଇଥିବା ଜଣାପଡ଼ିଛି। ଏଣିକି ଓକିଲମାନେ ଏବେ ଘରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମସ୍ତ ମାମଲା ଉପରେ ବିତର୍କ କରିପାରିବେ ବୋଲି ସିଜେଆଇ ଅରବିନ୍ଦ ବୋବଡେ କହିଛନ୍ତି। ଏଥିପାଇଁ ମଙ୍ଗଳବାର ସନ୍ଧ୍ୟା ୫ଟା ସୁଦ୍ଧା କାର୍ଯ୍ୟାଳୟରୁ ସମସ୍ତ ଫାଇଲ୍‌ ନେବା ପାଇଁ ସବୁ ଓକିଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତାକାଲି ସନ୍ଧ୍ୟା ୫ଟା ପରେ ଆଉ କୌଣସି ଚ୍ୟାମ୍ବର ଖୋଲାଯିବ ନାହିଁ। ତେବେ ଖୁବ୍‌ଶୀଘ୍ର ସମସ୍ତ ଭିଡିଓ ଲିଙ୍କ୍‌ ସମ୍ବନ୍ଧରେ ଓକିଲଙ୍କୁ ସୂଚାଇ ଦିଆଯିବ। ଏନେଇ ସୋମବାର ସନ୍ଧ୍ୟାରେ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ବିଚାରପତି ସୂଚନା ଦେଇଛନ୍ତି।

Share