ଓକିଲ-ପୋଲିସ ହାତାହାତି

ଲୋଇସିଂହା,୪।୪(ଡ଼ି.ଏନ.ଏ.)-ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ଆଗଲପୁର ଫାଣ୍ଡିରେ ଶନିବାର ପୂର୍ବାହ୍ନ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଜଣେ ଓକିଲ ଫାଣ୍ଡିକୁ ଯାଇ ସେ ପୂର୍ବରୁ କରିଥିବା ଏକ ଅଭିଯୋଗ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ କହି ଫାଣ୍ଡି ଅଧିକାରୀଙ୍କ ସହ ଯୁକ୍ତିତର୍କ କରିବା ସହ ଗାଳିଗୁଲଜ ସହ ମାଡ ମାରିଥିଲେ। ହେଲେ ପୋଲିସ କର୍ମଚାରୀ ତାଙ୍କୁ କାବୁ କରି ଲୋଇସିଂହା ଥାନା ଜିମା ଦେଇଥିଲେ । ଘଟଣା ସଂକ୍ରାନ୍ତରେ ଲୋଇସିଂହା ଓକିଲ ସଂଘ କର୍ମକର୍ତ୍ତା ପହଞ୍ଚି ଲୋଇସିଂହା ଥାନାରେ ଆଲୋଚନା କରୁଛନ୍ତି । ସୂଚନାଯୋଗ୍ୟ ଯେ, ସମ୍ପୃକ୍ତ ଓକିଲ ଜଣକ ସ୍ଥାନୀୟ ଜଣେ ଚିକିତ୍ସକଙ୍କ ବିରୋଧରେ ଲିଖିତ ଅଭିଯୋଗ ଆଣିଥିଲେ ।

Share