ପୁରୀ ଅଫିସ,୧୮ା୬ : ପୁରୀ ଜିଲା ସିଭିଲ୍ କୋର୍ଟ ପରିସରରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇଛି। ବୁଧବାର କୋର୍ଟ ସମେତ ଜିଲାପାଳଙ୍କ କାର୍ଯ୍ୟାଳୟ ଏବଂ ଏହାର ଆଖପାଖ ଅଞ୍ଚଳକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇଥିଲା। ଗୁରୁବାର ସମ୍ପୃକ୍ତ ଅଞ୍ଚଳରେ ବିଶୋଧନ କାର୍ଯ୍ୟ ଜୋରଦାର ଚାଲିଛି। ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ ଅଟ୍ଟାଳିକାକୁ ବିଶୋଧନ କରାଯାଉଛି। ଜିଲା ଅଗ୍ନିଶମ କର୍ମଚାରୀମାନେ ଏହି କଣ୍ଟେନ୍ମେଣ୍ଟ୍ ଜୋନ୍ ଅଞ୍ଚଳରେ ରାସାୟନିକ ସ୍ପ୍ରେ କରୁଛନ୍ତି।
ସୂଚନାଯୋଗ୍ୟ, କୋର୍ଟର ଜଣେ ଓକିଲ, ମୋହରିର ଏବଂ ହାଜର ହେବାକୁ ଆସିଥିବା ୩ ଅଭିଯୁକ୍ତଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା। ଏହା ପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।