ଓଜନ କମାଇଥାଏ ଏହି ଜୁସ୍‌

ଆଜିକାଲି ଓଜନ ବୃଦ୍ଧି ମୁଖ୍ୟ ସମସ୍ୟା ହୋଇଛି। ଓଜନ କମାଇବା ପାଇଁ କିଏ କେତେ କ’ଣ ତରିକା ଆପଣାଉଛନ୍ତି। ମାତ୍ର କମଳା ଏବଂ ଗାଜର ଜୁସ୍‌ ପିଇଲେ ଓଜନ ଖୁବ୍‌ ଶୀଘ୍ର ହ୍ରାସ ପାଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି। ଜାଣନ୍ତୁ ଏ ସମ୍ପର୍କରେ…

କ’ଣ ଆବଶ୍ୟକ:
୩ଟା ଗାଜର, ୨ଟି କମଳା, କିଛି କଞ୍ଚା ହଳଦୀ ଖଣ୍ଡ ଏବଂ ଅଦା
ଜୁସ୍‌ ପ୍ରସ୍ତୁତ ପ୍ରଣାଳୀ:
ଅଦା ଏବଂ ହଳଦୀର ଚୋପା ଛଡ଼ାଇ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଗାଜର ଏବଂ କମଳାରୁ ମଧ୍ୟ ଚୋପା ଛଡ଼ାଇ ଦିଅନ୍ତୁ। ଏହାପରେ ଏସବୁକୁ ନେଇ ଗ୍ରାଇଣ୍ଡରରେ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ପରେ ଏହାକୁ ଛାଣି ଦିଅନ୍ତୁ। ଏହା ଆପଣଙ୍କୁ ପ୍ରଚୁର ପରିମାଣର ଫାଇବର ପ୍ରଦାନ କରିବ। ଏହାର ସ୍ବାଦ ବଢ଼ାଇବାକୁ ଚାହଁୁଥିଲେ ୨/୩ ଚାମୁଚ ଲେମ୍ବୁରସ ପକାଇ ପିଇ ପାରିବେ। ଏକ ପରୀକ୍ଷାରୁ ଜଣାପଡ଼ିଛି, ଏହି ଜୁସ୍‌ ପିଇଲେ ମେଟାବେଲ୍‌ଜିୟମ ବୃଦ୍ଧି ହୋଇଥାଏ। ଖାଲି ଏତିକି ନୁହେଁ, ପାଚନ କ୍ରିୟାକୁ ମଧ୍ୟ ସହଜ କରିଥାଏ। ଯାହା ଦ୍ୱାରା ଓଜନ ଶୀଘ୍ର ହ୍ରାସ ପାଇଥାଏ।