ଓଜନ କମାଇବାର ସହଜ ଉପାୟ

ଓଜନ ବଢ଼ିବା ଆଜିକାଲି ଏକ ସାଧାରଣ ସମସ୍ୟା। ଏହା ନିୟନ୍ତ୍ରଣରେ ନ ରହିଲେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ପରିଶ୍ରମ ଅନୁସାରେ ଆମକୁ ଆବଶ୍ୟକ ମୁତାବକ ବିଶ୍ରାମ ନେବାକୁ ପଡ଼ିଥାଏ। ତେଣୁ ପ୍ରତିଦିନ ଅତିକମ୍‌ରେ ୬-୭ ଘଣ୍ଟା ଶୁଅନ୍ତୁ। ଏହାଦ୍ୱାରା ଓଜନ କେତେକାଂଶରେ ନିୟନ୍ତ୍ରିତ ରହିଥାଏ। ଅନେକ ବାହାର ଖାଦ୍ୟ ଏପରି କି ମସଲାଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରିଥାଆନ୍ତି। ଏପରି ଖାଦ୍ୟ ଯେତେ କମ୍‌ ଖାଇବେ ସେତେ ଭଲ। ଦୈନନ୍ଦିନ ଖାଦ୍ୟ ତାଲିକାରେ ଦହି ସାମିଲ କରନ୍ତୁ। ଏହା ଚର୍ବି କମାଇବାରେ ସାହାଯ୍ୟ କରିଥାଏ। ଆଉ ଏକ କଥା- ରାତ୍ରିଭୋଜନ ଏବଂ ନିଦ୍ରା ଯିବା ଭିତରେ ଅତିକମ୍‌ରେ ଦୁଇଘଣ୍ଟା ବ୍ୟବଧାନ ରହିବା ଦରକାର। ଏହାକୁ ଗୁରୁତ୍ୱ ଦେଲେ ଓଜନ କେତେକାଂଶରେ କମିଥାଏ। ଏହାବ୍ୟତୀତ ବ୍ରେକ୍‌ଫାଷ୍ଟରେ ତଟକା ଫଳମୂଳ ସାମିଲ କରନ୍ତୁ। କମ୍‌ ପାଣି ପିଇବା ଯୋଗୁ ଓଜନ ବଢ଼ିଥାଏ। ତେଣୁ ପ୍ରତିଦିନ ସନ୍ତୁଳିତ ଖାଦ୍ୟ ଖାଇବା ସହ ଅତିକମ୍‌ରେ ୪-୫ ଲିଟର ପାଣି ପିଅନ୍ତୁ।