ଓଜନ କମାଇବ ବ୍ୟକ୍ତିତ୍ୱ

ଓଜନ ବଢ଼ିବା ଆଜିକାଲି ଏକ ସାଧାରଣ କଥା ପାଲଟିଗଲାଣି। କେତୋଟି ବିଷୟ ପ୍ରତି ସଚେତନ ନ ହେଲେ ଓଜନ ବୃଦ୍ଧି ପରୋକ୍ଷରେ ଆଉ କେତେକ ରୋଗକୁ ଡାକିଆଣିଥାଏ। ତେବେ ଓଜନ କମାଇବା ତାଲିକାରେ ଆଉ ଏକ ଜିନିଷକୁ ଯୋଡ଼ିଛନ୍ତି ସିଡ୍‌ନୀ ୟୁନିଭର୍ସିଟିର ବିଶେଷଜ୍ଞମାନେ। ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ ଯଦି ଅଧିକାଂଶ ସମୟରେ ସକାରାତ୍ମକ ରହେ ଏବଂ ସେ ଏହାଦ୍ୱାରା ଅନ୍ୟମାନଙ୍କୁ ପ୍ରଭାବିତ କରିପାରନ୍ତି ତେବେ ତାଙ୍କ ଓଜନ କେତେକାଂଶରେ କମିଥାଏ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ଏହି ସମୟରେ ମେଦବହୁଳତା ସମସ୍ୟା ସହ ଜଡ଼ିତ କେତେଜଣ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱକୁ ସର୍ଭେ କରାଯାଇଥିଲା, ଯେଉଁମାନଙ୍କର ବ୍ୟକ୍ତିତ୍ୱ ସକାରାତ୍ମକ ଥିଲା ତାହାର ପ୍ରଭାବ ସେମାନଙ୍କ ଓଜନ ବୃଦ୍ଧି ଉପରେ କିପରି ପଡୁଛି ତାହାକୁ ଲକ୍ଷ୍ୟ କରିଥିଲେ। ଆଶ୍ଚର୍ଯ୍ୟଜନକ ଭାବରେ ସେମାନଙ୍କ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ବ୍ୟକ୍ତିଙ୍କର ଓଜନ କେତେକାଂଶରେ କମୁଥିବାର ଜଣାପଡ଼ିଥିଲା ବୋଲି ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।