ଓଜନ କମାଇ ପ୍ରଶଂସକଙ୍କୁ ଚକିତ କଲେ ରାମ କପୁର

ମୁମ୍ବାଇ: ଚର୍ଚ୍ଚାରେ ଅଭିନେତା ରାମ କପୁର। ସେ ବି ନିଜର ଫିଲ୍ମ ଅଥବା ଧାରାବାହିକ ଲାଗି ନୁହେଁ ବରଂ ନିଜର ଟ୍ରାନ୍ସଫର୍ମେଶନ ପାଇଁ। ଏକତା କପୁରଙ୍କ ଶୋ’ ‘କରଲେ ତୁ ଭି ମୋହବତ୍‌’ ଏବଂ ‘ଲଭୟାତ୍ରୀ’ ଭଳି ଫିଲ୍ମରେ କାମ କରିଥିବା ରାମଙ୍କୁ ସମସ୍ତେ ମୋଟା ଲୁକ୍‌ରେ ଦେଖିଥିବେ। କିନ୍ତୁ ସେ ଏବେ ଓଜନ କମାଇଛନ୍ତି। ଏକଥା ନିକଟରେ ସେ ଶେୟାର କରିଥିବା କିଛି ଫଟୋରୁ ସ୍ପଷ୍ଟ ହୋଇଛି। ଫଟୋଗୁଡ଼ିକୁ ଯେ କେହି ଦେଖିଲେ ସେ ରାମ କପୁର ବୋଲି ବିଶ୍ୱାସ ନ କରିପାରେ। କାରଣ ଓଜନ କମାଇବା ସାଙ୍ଗକୁ ସେ ନିଜର ଲୁକ୍ସ ଉପରେ କାମ କରିଛନ୍ତି।
ତେବେ ରାମ କପୁର ଟେଲି ଜଗତରେ ଏକ ଜଣାଶୁଣା ନାମ। ସେ ମୋଟା ହୋଇଥିବା ସତ୍ତ୍ୱେ ସଫଳ ଲିଡ୍‌ ଅଭିନେତା ପାଲଟିଛନ୍ତି। ସେ ଅଭିନୟ କରିଥିବା ଶୋ’ଗୁଡ଼ିକ ସୁପରହିଟ୍‌ ପାଲଟିଛି।

Share