ଓଜନ କମ୍‌ କରିବାକୁ ଚାହୁଁଛନ୍ତି, ପ୍ରତିଦିନ ଖାଆନ୍ତୁ …

କମଳା ସ୍ବାସ୍ଥ୍ୟ ପାଇଁ ବହୁ ଲାଭଦାୟକ। ଯଦି ଓଜନ କମ୍‌ କରିବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ କମଳା ଖାଆନ୍ତୁ। କମଳାରେ ଭିଟାମିନ୍‌ ‘ସି’ ଠାରୁ ଆରମ୍ଭ କରି ଅନେକ ପୋଷକ ତତ୍ତ୍ୱ ରହିଛି। ଏଥିରୁ କ୍ୟାଲୋରୀ ଏବଂ ଫାଇବର ପ୍ରଚୁର ମାତ୍ରାରେ ମିଳିଥାଏ।


ଆମେରିକାର କେତେକ ଗବେଷକଙ୍କ ତଥ୍ୟରୁ ଜଣାପଡ଼ିଛି, ଗୋଟିଏ ବଡ଼ କମଳାରୁ ୦.୯ ଗ୍ରାମ ପ୍ରୋଟିନ୍‌ ମିଳୁଥିବା ବେଳେ ୩.୪ ଗ୍ରାମ ଫାଇବର ମିଳିଥାଏ। ୨୩୮ ମିଲିଗ୍ରାମ ପୋଟାସିୟମ, ୬୧ ମିଲିଗ୍ରାମ କ୍ୟାଲସିୟମ ମିଳିଥାଏ। ଯେକୌଣସି ଫଳରେ ପ୍ରଚୁର ପରିମାଣ ପାଣି ରହିଥାଏ। ତେଣୁ ଓଜନ କମାଇବା ଏବଂ ସ୍ବାସ୍ଥ୍ୟ ପାଇଁ ଫଳପ୍ରଦ ହୋଇଥାଏ। କମଳାରେ ପ୍ରାୟ ୮୭ ପ୍ରତିଶତ ପାଣି ରହିଛି। ପ୍ରାକୃତିକ ଉପାୟରେ ସୁଗାର ମଧ୍ୟ ରହିଛି।

ଏହା ଓଜନ କମାଇବା ସହ ଡିହାଇଡ୍ରେସନ୍‌ ସମସ୍ୟାରୁ ମୁକ୍ତି ଦେଇଥାଏ। ସାଧାରଣତଃ ଶୀତ ଋତୁରେ ଲୋକେ ଥଣ୍ଡାକୁ ଡରି କମ୍‌ ପାଣି ପିଇଥା’ନ୍ତି। ତେଣୁ କମଳା ଖାଇଲେ ଶରୀରକୁ ପ୍ରଚୁର ପାଣି ମିଳିଥାଏ। କମଳାରେ ଥିବା ଭିଟାମିନ୍‌ ‘ସି’ ତ୍ୱଚା ସମ୍ବନ୍ଧୀୟ ରୋଗରୁ ମଧ୍ୟ ରକ୍ଷା କରିଥାଏ।