ଓଜନ କମ୍‌ କରିବା ପାଇଁ ମହିଳା କରିଥିଲେ ଏମିତି କିଛି, ଯେଉଁଥିରେ ସବୁଦିନ ପାଇଁ ଅକାମୀ ହୋଇଗଲା ଏହି ଅଙ୍ଗ

ବର୍ତ୍ତମାନ ସମୟରେ ମେଦବହୁଳତା ଏକ ଜଟିଳ ସମସ୍ୟା ପାଲଟିଛି। ଏହି ସମସ୍ୟା ଦେଇ ଗତିକରୁଛନ୍ତି ବିଶ୍ୱର ଅଧିକାଂଶ ଲୋକ। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଯିଏ ଯାହା କହିଥାଏ, ଆମେ କରିଥାଉ। କେହି କେହି ଏଥିରୁ ମୁକ୍ତି ପାଇବା ପାଇଁ ଲିକ୍ୱିଡ୍‌ ଡାଏଟ ଆପଣାଇଥାନ୍ତି। ତେବେ ଆପଣ ଯଦି ଏପରି କରୁଥାନ୍ତି ତେବେ ଆପଣଙ୍କୁ ଏହାର କୁପରିଣାମ ବିଷୟରେ ଜାଣିବା ଆବଶ୍ୟକ। ଜଣେ ମହିଳା ନିଜର ଓଜନ କମ୍‌ କରିବା ପାଇଁ ଲିକ୍ୱିଡ୍‌ ଡାଏଟ ଆପଣାଇଥିଲେ। ଏଥିଯୋଗୁ ତାଙ୍କ ବ୍ରେନ୍‌ ସବୁଦିନ ପାଇଁ ଅକାମୀ ହୋଇଯାଇଥିଲା।
ଇସ୍ରାଏଲର ଜଣେ ୪୦ ବର୍ଷୀୟା ମହିଳା ନିଜ ଓଜନ କମ୍‌ କରିବାକୁ ୩ ସପ୍ତାହ ଧରି କେବଳ ଜୁସ୍‌ ପିଉଥିଲେ। ଫଳରେ ତାଙ୍କ ବ୍ରେନ୍‌ ଉପରେ ଖରାପ ପ୍ରଭାବ ପଡିଥିଲା। ମହିଳା ଜଣକ ଡାଏଟ ପୂର୍ବରୁ ଏକ ଥେରାପି ଆରମ୍ଭ କରିଥିଲେ, ଯେଉଁଥିରେ ସେ କେବଳ ପାଣି ଓ ଜୁସ୍‌ ପିଉଥିଲେ। ଏପରି କରିବା ଦ୍ୱାରା ଓଜନ ୪୦ କିଲୋ କମିଯାଇଥିଲା, ମାତ୍ର ତାଙ୍କ ମସ୍ତିଷ୍କ ଉପରେ ଏହାର କୁପ୍ରଭାବ ପଡ଼ି ତାହାକୁ ଡ୍ୟାମେଜ୍‌ କରିଦେଇଥିଲା। ପରେ ସେ ଡାକ୍ତରଙ୍କ ପାଖକୁ ଯିବାରେ ତାଙ୍କୁ ହାଇପୋନୋଟ୍ରେନିଆ ହୋଇଥିବା ଜଣାପଡ଼ିଥିଲା। ଏହି ସମସ୍ୟାକୁ ମେଡିକାଲ ସାଇନ୍ସରେ ଭୋଟାର ଇନ୍‌ଟୋକ୍‌ସିନେଶନ କୁହାଯାଏ। ରକ୍ତରେ ସୋଡିୟମ୍‌ର ମାତ୍ରା କମିଗଲେ ଜଣେ ଏହି ସମସ୍ୟାରେ ପଡ଼ିଥାନ୍ତି। ତେବେ ମହିଳା ଜଣଙ୍କ ଅଧିକ ଜୁସ୍‌ ଡାଏଟ୍‌ କରିବା ଫଳରେ ସବୁଦିନ ପାଇଁ ବ୍ରେନ୍‌ ଡ୍ୟାମେଜ୍‌ ହୋଇଥିବା ଡାକ୍ତର ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣିମ ପ୍ରକ୍ଷେପଣ ପଛରେ ବିଜ୍ଞାନ

ଜାଭେଲିନ ଆମ ଦେଶର ଏକ ପାରମ୍ପରିକ ଖେଳ। ଜାଭେଲିନକୁ ଆମ ଦେଶରେ ସାଧାରଣତଃ ବର୍ଛା କିମ୍ବା ଭାଲ୍ଲା ବୋଲି କୁହାଯାଏ। ପୂର୍ବେ ରାଜା ମହାରାଜାମାନେ ଅବସର...

ଚା’ ପିଉଛନ୍ତି କି? ରୁହନ୍ତୁ ସତର୍କ ନଚେତ୍‌ ଭୋଗିବେ ଏସବୁ ସମସ୍ୟା

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା’ ପିଉଛନ୍ତି ତେବେ ଏପରି...

ଆପଣଙ୍କ ସୋଫା ଉପରେ ଅଛି କି ବିମ୍, ଜାଣନ୍ତୁ ମନକୁ କେମିତି କରେ….

ଲିଭିଂ ରୁମ୍‌ ଘରର ଏମିତି ଏକ ଅଂଶ; ଯାହାର ସାଜସଜ୍ଜାକୁ ଦେଖିଲେ ପରିବାର ସଦସ୍ୟଙ୍କ ବୈଭବ, ସମ୍ପନ୍ନତା ଓ ମାନସିକତାକୁ ଠଉରେଇ ହୁଏ। ସେଥିପାଇଁ ଲିଭିଂ...

ଗର୍ଭାବସ୍ଥାରେ ବାନ୍ତି କାହିଁକି ହୁଏ, ଜାଣନ୍ତୁ ଏଥିରୁ କେମିତି ପାଇବେ ରକ୍ଷା

ଗର୍ଭାବସ୍ଥା ସମୟରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଘଟେ। ଗର୍ଭାବସ୍ଥାରେ ବିଶେଷତଃ ପ୍ରଥମ ତିନି ମାସ ପର୍ଯ୍ୟନ୍ତ ମହିଳାମାନେ କିଛି ଖାଇ ପିଇ ପାରନ୍ତି ନାହିଁ।...

ନିୟମିତ ଯୋଗ କରୁଥିଲେ ଏସବୁ ସମସ୍ୟାରୁ ମିଳିବ ମୁକ୍ତି

ଶରୀରକୁ ସୁସ୍ଥ ତଥା ନୀରୋଗ ରଖିବାକୁ କିଏ ବା ନ ଚାହେଁ? ଏଥିପାଇଁ ନିୟମିତ ବ୍ୟାୟାମ ନିଶ୍ଚୟ କରୁଥିବେ। ତେବେ ନିଜର ଦୈନନ୍ଦିନ ଜୀବନରେ ଯୋଗକୁ...

ବିଳମ୍ବରେ ଉଠୁଥିଲେ ହୋଇଯାନ୍ତୁ ସାବଧାନ: ହୋଇପାରେ…

କେତେକ ବ୍ୟକ୍ତିଙ୍କର ଏକ ଅଭ୍ୟାସ ରହିଛି। ସେମାନେ ପ୍ରାୟ ବିଳମ୍ବରେ ଶୁଅନ୍ତି ଏବଂ ବିଳମ୍ବରେ ଉଠନ୍ତି। ତେଣୁ ଏହାଦ୍ୱାରା ଶାରୀରିକ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା...

ହାର୍ଟ ପାଇଁ ଉପକାରୀ ଅମୃତଭଣ୍ଡା

ଅମୃତଭଣ୍ଡାରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ତେବେ ଏହାର ଭଲ ଗୁଣ ତାଲିକାରେ ଆଉ ଏକ କଥାକୁ ନିକଟରେ ଯୋଡ଼ାଯାଇଛି। ଏହାକୁ ଖାଇବା...

ହାଇ ହିଲ୍‌ସ ପିନ୍ଧିଲେ ଦେଖାଦିଏ ଏସବୁ ସ୍ବାସ୍ଥ୍ୟ ସମସ୍ୟା

କଥାରେ ଅଛି- ‘ପ୍ରତି ଅବାଗିଆ ଢଙ୍ଗ ହେଉଛି ଗୋଟିଏ ଫେଶନ’। ନିଜକୁ ସାଧାରଣ ଲୋକଙ୍କଠାରୁ ଅଲଗା ବୋଲି ଦେଖାଇହେବା ପାଇଁ ଲୋକେ ଏହାକୁ ଆପଣେଇ ଥାଆନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri