Advertisement

ଓଜନ କମ୍‌, ହାର୍ଟ ସୁସ୍ଥ ରଖିବା ପାଇଁ ଚଢ଼ନ୍ତୁ ଶିଡ଼ି

ଓଜନ କମ୍‌ ପାଇଁ ନିୟମିତ ରୂପେ ଜିମ୍‌ ଯିବା ସହ ଡାଏଟ୍‌ କରିବା ଲାଭଦାୟକ। ଏହା ଶରୀରକୁ ସୁସ୍ଥ ରଖିଥାଏ। ଯଦି ଆପଣ କର୍ମଜୀବୀ ଏବଂ ଆପଣଙ୍କ ପାଖରେ ସମୟର ଅଭାବ ରହିଛି ତେବେ କିଛି ସହଜ ଉପାୟରେ ମଧ୍ୟ ଆପଣ ଓଜନ କମ୍‌ କରିବା ସାଙ୍ଗକୁ ହାର୍ଟକୁ ସୁସ୍ଥ ରଖିପାରିବେ।
ଲିଫ୍ଟ ପରିବର୍ତ୍ତେ ବ୍ୟବହାର କରନ୍ତୁ ଶିଡ଼ି:
-ଓଜନ କମ୍‌:
ଲିଫ୍ଟ ପରିବର୍ତ୍ତେ ଶିଡ଼ିର ବ୍ୟବହାର ଶରୀର ପାଇଁ ଲାଭଦାୟକ। ଏହା ଶରୀରର ଫ୍ୟାଟ୍‌ କମ୍‌ କରିବା ସହ ଓଜନ ନିୟନ୍ତ୍ରଣ କରିଥାଏ।
-ମାନସିକ ସୁସ୍ଥତା:
ପ୍ରତିଦିନ ଶିଡ଼ି ଚଢ଼ିବା ଦ୍ୱାରା ମାନସିକ ରୂପେ ସୁସ୍ଥ ଅନୁଭବ ହୋଇଥାଏ।
-ଖରାପ କୋଲେଷ୍ଟରଲ କମ୍‌:
ଶିଡ଼ିରେ ଜୋର୍‌ରେ ଚାଲିବା ଦ୍ୱାରା ଶରୀରରୁ ଖରାପ କୋଲେଷ୍ଟରଲ ମାତ୍ରା କମ୍‌ ହୋଇଥାଏ। ଫଳରେ ଡାଇବେଟିସ ଏବଂ ହୃଦ୍‌ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share