Advertisement

ଓଜନ ନିୟନ୍ତ୍ରଣ କରିବ ଟମାଟୋ

ଟମାଟୋ ଖାଇଲେ ଅନେକ ଫାଇଦା ମିଳିଥାଏ। ଏହାକୁ ଲୋକେ ତରକାରୀ ହେଉ ଅବା ସାଲାଡ୍‌ ଭାବେ ସେବନ କରିପାରିବେ। ଏକ ଗବେଷଣାରୁ ଜଣାପଡ଼ିଛି, ଟମାଟୋ ଖାଇବା ଦ୍ୱାରା କ୍ୟାନସର୍‌ରୁ ରକ୍ଷା ମିଳିଥାଏ। ଗବେଷଣା ଅନୁସାରେ, ସପ୍ତାହକୁ ଅତିକମ୍‌ରେ ୧୦ଥର ଟମାଟୋ ସେବନ କଲେ କ୍ୟାନସର୍‌ ଆଶଙ୍କା ୪୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥାଏ। ଏନିମିଆ ରୋଗ ପାଇଁ ମଧ୍ୟ ଏହା ବେଶ୍‌ ଉପଯୋଗୀ। ପ୍ରତିଦିନ ୨୦୦ ଗ୍ରାମ୍‌ ଟମାଟୋର ରସ
ବେସନ ଦ୍ୱାରା ଶରୀରର ରକ୍ତ ଅଭାବ ସମ୍ପର୍କିତ ସମସ୍ୟାରୁ ରକ୍ଷା ମିଳିଥାଏ। ଏମିତିକି ଦୈନନ୍ଦିନ ଟମାଟୋ ସେବନ ଦ୍ୱାରା ଜଣ୍ଡିସ୍‌ ଭଳି ରୋଗ ମଧ୍ୟ ଭଲ ହୋଇଥାଏ। ଯଦି ଓଜନ କମ୍‌କୁ ନେଇ ଚିନ୍ତିତ ଥାନ୍ତି, ତେବେ ଭୋଜନରେ କଞ୍ଚା ଟମାଟୋକୁ ସାମିଲ କରନ୍ତୁ। ଏହା ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ। କେବଳ ସେତିକି ନୁହେଁ, ଟମାଟୋ ସେବନ ଦ୍ୱାରା ମୁହଁ ଛାଲ, କୋଷ୍ଠକାଠିନ୍ୟ, ଛୋଟ ପିଲାଙ୍କ ଚକ୍ଷୁ କ୍ଷୀଣତା ଜନିତ ସମସ୍ୟାରୁ ମଧ୍ୟ ଉପଶମ ଦେଇଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel