ବର୍ତ୍ତମାନ ସମୟରେ ମେଦବହୁଳତା ବ୍ୟକ୍ତିତ୍ୱ ବିଗାଡ଼ିବା ସହ ଶରୀରରେ ବିଭିନ୍ନ ପ୍ରକାର ଗମ୍ଭୀର ରୋଗ ସୃଷ୍ଟି କରିବାରେ ଲାଗିଛି। ଅଧିକାଂଶ ଲୋକ ମୋଟାପଣ ଦୂର କରିବାକୁ ଘଣ୍ଟା ଘଣ୍ଟା ଜିମ୍ରେ ବିତାଇ ଦେଉଛନ୍ତି। ଏମିତିକି ପ୍ରିୟ ଖାଦ୍ୟଠୁ ବି ଦୂରେଇ ରହୁଛନ୍ତି। ମହଙ୍ଗା ଔଷଧ ସେବନ କରିବାକୁ ମଧ୍ୟ ପଛାଉ ନାହାନ୍ତି। ଏହାଦ୍ୱାରା ଅନେକ ସମୟରେ ଓଲଟା ପ୍ରଭାବ ଶରୀର ଉପରେ ପଡ଼ିଥାଏ। ତେଣୁ ଚିନ୍ତା ନ କରି ଆଜିଠାରୁ ଗ୍ରୀନ୍ କଫିର ସେବନ କରନ୍ତୁ। ମିନେରାଲ୍ସ ଏବଂ ଭିଟାମିନ୍ରେ ଭରପୂର୍ ଗ୍ରୀନ୍ କଫି ଆମ ଶରୀରରେ ପୋଷକ ତତ୍ତ୍ୱର ଅଭାବକୁ ପୂରଣ କରିଥାଏ। ଏହାସହ ଓଜନ ନିୟନ୍ତ୍ରଣ କରିଥାଏ। ରକ୍ତରେ ଶର୍କରା ପରିମାଣ କମ୍ କରିବାକୁ ମଧ୍ୟ ଗ୍ରୀନ୍ କଫିର ସେବନ କରିପାରିବେ। ଗ୍ରୀନ୍ କଫି ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ। ଗ୍ରୀନ୍ କଫି ବିନ୍ସରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଥାଏ। ଏହା ଶରୀରକୁ ସମସ୍ତ ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ। ସବୁଠୁ ଭଲ କଥା ହେଉଛି, ଅନ୍ୟ କଫିକୁ ଦିନକୁ ଥରକରୁ ଅଧିକ ପିଇଲେ ଖରାପ ପ୍ରଭାବ ପଡୁଥିବା ବେଳେ ଗ୍ରୀନ୍ କଫିକୁ ଦିନରେ ଯେତେ ଇଚ୍ଛା ସେତେ ପିଇଲେ କୌଣସି ଅସୁବିଧା ନାହଁି।